ନୂଆଁଗଡରେ ହାତୀ ଉପଦ୍ରବ,ବ୍ୟାପକ ଫସଲ ନଷ୍ଟ ।

ବେଗୁନିଆପଡ଼ା,୦୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ ଗ୍ରାମରେ ସୋମବାର ଦିନ ସକାଳୁ ବଣୁଆ ହାତୀ ପଲ୍ଲର ଉପଦ୍ରବ ଫଳରେ ବ୍ୟାପକ ଶୁଖିଲା ଧାନ ବସ୍ତା ଏବଂ କଦଳୀ ବଗିଚା, ନଡ଼ିଆ ଗଛ, ବିଭିନ୍ନ ପ୍ରକାର ପନିପରିବା ଫସଲ ଆଦି ଫସଲ ନଷ୍ଟ କରିଛନ୍ତି । ସୂଚନା ଅନୁଯାଇ ସେହି ଗ୍ରାମର ବନିତା ବିଶ୍ଵାଳଙ୍କ ଘର କବାଟ ଭାଙ୍ଗି ବ୍ୟାପକ ପରିମାଣର ଶୁଖିଲା ଧାନ ବସ୍ତା ନଷ୍ଟ କରିଛନ୍ତି । ସେହିପରି କହ୍ନେଇ ପ୍ରଧାନ ,ତ୍ରିନାଥ ପ୍ରଧାନ, କୃଷ୍ଣ ପ୍ରଧାନ, ଶରତ ବେହେରା, ଧୋବା ବେହେରା, ଦାସ ବିଶ୍ଵାଳ ପ୍ରମୁଖଙ୍କ ନଡ଼ିଆ ବଗିଚା ସହ ବିଭିନ୍ନ ପ୍ରକାର ପନିପରିବା ଫସଲ ଆଦି ନଷ୍ଟ କରିଛନ୍ତି । ଏଥିସହିତ ବଳରାମ ପ୍ରଧାନ ନିଜ ଜମିରେ ଫୁଲ କୋବି,ପତ୍ର କୋବି,ବାଇଗଣ,ଟମାଟୋ, ମୂଳା,ବିନ,ଅମୃତ ଭଣ୍ଡା, କଦଳୀ ଆଦି ଫସଲ କରିଥିବା ବେଳେ ହାତୀ ପଲ୍ଲ ବ୍ୟାପକ ନଷ୍ଟ କରିଛନ୍ତି । ଏନେଇ ନୂଆଗଡ ଗ୍ରାମ ଏବଂ ପାଖା ପାଖି ଥିବା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗରୁ ମଧ୍ୟ ହାତୀ ପଲ୍ଲ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିଲେ । ହାତୀ ପଲ୍ଲକୁ ଘଉଡେଇବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ସୂଚନା ଅନୁଯାଇ ଏହି ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ଏହି ହାତୀ ପଲ୍ଲ ଆତଙ୍କ ସୃଷ୍ଟି କରିଥିବା ନେଇ ଜନସାଧାରଣ ମାନେ ପ୍ରକାଶ କରିଛନ୍ତି । କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦାବୀ ହୋଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment