ନୁଆଁ ଗାଁ ନଦୀ ନିକଟରେ କାର ଦୁର୍ଘଟଣା ,ବର୍ତିଗଲା ୨ ଜୀବନ ।

ବେଲଗୁଣ୍ଠା,୨୬/୦୯(ପିପିଟି); ଜଗନ୍ନାଥପ୍ରସାଦରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ କାର ନୁଆଗାଁ ବ୍ରିଜ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି । କାରଟି ଦୃତଗତିରେ ଯାଉଥିବା ବେଳେ ଆଗ ଚକଟି ଫାଟିଯାଇଥିବା କାରଣରୁ ଗାଡିଟି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।ଏଥିରେ ବସିଥିବା ପ୍ରଦୀପ୍ତ କୁମାର ପ୍ରଧାନଙ୍କ କହିବା ପ୍ରକାରେ ସେ ବୁଡୁରଙ୍ଗର ଧୋଡାପଲ୍ଲୀ ଗାଁ ରୁ ଭଞ୍ଜନଗର ନିକଟସ୍ଥ କଣ୍ଟେଇପଲ୍ଲୀ ଯାଉଥିବା ସମୟରେ । ଗାଡିଟି ଖୁବ ଦୃତ ଗତିରେ ଯାଉଥିଲା ସେ ବାରମ୍ବାର ସ୍ଳୋ କରିବାକୁ କହୁଥିବା ବେଳେ ଏଠାରେ ଗାଡିଟି ସାପ ଖେଳିବା ଭଳି ହୋଇ ଦୁର୍ଘଟଣା ଘଟିଛି । ପ୍ରତ୍ୟେକ୍ଷ ଦର୍ଶକଙ୍କ କହିବା ପ୍ରକାର ଯେ କାରଟି ଓଲଟି ପୁଣି ସିଧା ହୋଇ ରାସ୍ତାରେ ଠିଆ ହୋଇ ପଡିଥିଲା । କାହାର କୈଣସି ମାଡ ହୋଇନଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । (ରିପୋର୍ଟ – ଶିବରାମ ଚୌଧୁରୀ ।)

Comments (0)
Add Comment