ଭୂଦୋ ମାସର ଉଜଲ ପଞ୍ଚମୀ
ଗଣେଶ ପୂଜାର ବାସି,
ଇ ଦିନେ ତ ନୁଆଁଖାଇ ତିହାର
ମାନସୁଁ କୋଶଲ ବାସୀ ll
ଚଷା ପୁଅର ବଡଖା ତିହାର
ଆଇଛେ ଆଏଜ ଭାଇ,
ବଛର ଟାକେ ସଭେ ମାନସନ
ଭାବର ନୂଆଖାଇ ll
ଖେତ ମଜରିଆ ହାଲିଆ ଗୁତି
ଧୂବା ଭଁଡ଼ାରି ମିଶି,
ସାଉକାର ଘରକେ ସଭେ ଆଏସନ
ଅଢ଼ିଆ ନେସନ ରଟି ll
ଇ ତିହାରଟା ଚାଷୀର ମଜା
ସବୁ ଲାଗସୀ ମିଠା,
ଯାର ଘରେ ଦେଖବ କେତେ ରକମର
ଖିରି ସୁଆଁଲି ପିଠା ll
ନୁଆଁ ଧାନକେ ଭୋଗ ଲଗାସୁଁ
ଗୁଟେନେ ଖାଏସୁଁ ନୁଆଁ,
ଛୁଆ ମାନକୁ କରସୁଁ ଗେଲ
ବଡଖା ମାନକୁ ମୁଡ଼ିଆ ll
ଗାଁ ଯେତକର ଆସ ବିଶାସ
ହେସୁଁ ଗୁଟେନେ ଠୋଲ,
ଇଷ୍ଟଦେବୀ କେ ଦର୍ଶନ କରସୁଁ
ବଜେଇ ଲିସାନ ଢୋଲ ll
ବଛର ଟାକର ଗାଲି ଝଗଡ
ସଭେ ଦେସନ ପାସରି,
ଜୁହାର ମୁଡ଼ିଆ ଭେଟ ଘାଟଥି
ସବୁଆଡେ ପଡସୁଁ କିନ୍ଦିରି ll
ମାଁ ସମଲେଇ ଦୟା କରିଥିବୁ
ମନେ ଭରିଦେବୁ ଏକତା,
ଗଢ଼ିଦେମୁଁ ଆମହେଁ କୋଶଲ ରାଏଜ
ମିଶିକରି ସଭେ ଏନ୍ତା ll
~ ~ * ~ ~
ଶାନ୍ତନୁ କୁମାର କର୍ଣ୍ଣ,
ଜୟପୁର, ବୀରମହାରାଜପୁର,
ସୁବର୍ଣ୍ଣପୁର
ପିନ-୭୬୭୦୧୮
ମୋ-୯୯୩୭୯୯୩୧୯୮