ନୀଳଗିରିରେ ବିଜେପି ପକ୍ଷରୁ ଗଣଦୌଡ଼ ।

ନୀଳଗିରି,୨୯/୧୦: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆଜି ପୂର୍ବାହ୍ନ ୧୦ଟାରେ ନୀଳଗିରିରେ ଗଣଦୌଡ଼ କରାଯାଇଛି । ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଦୌଡ଼ରେ ଏନ୍ଏସି ଉପାଧ୍ୟକ୍ଷ ମହେନ୍ଦ୍ର ବେହେରା, ବିଜେପି ନଗର ମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ, ଲୋକନାଥ ମିଶ୍ର, ଶୁଭ୍ରାଂଶୁ ଶେଖର ନନ୍ଦ, ମନୀନ୍ଦ୍ର ବେହେରା, ଶିଶିର ରାଉତ,ପ୍ରଫୁଲ ଦଳେଇ,କରୁଣାକର ପଣ୍ଡା, ରବୀନ୍ଦ୍ର ନାୟକ,ଶୁଭେନ୍ଦୁ ସ୍ୱାଇଁ, ରମେଶ ରାଉତ ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ପ୍ରଥମେ ଦଳୀୟ କାର୍ଯ୍ୟାଳୟରେ ପଟେଲଙ୍କୁ ମାଲ୍ୟାର୍ପଣ କରାଯିବା ପରେ ସହର ପରିକ୍ରମାରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଥିଲା । ସମସ୍ତଙ୍କ ଭିତରେ ଏକତାର ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ହୋଇଥିବା ବିଧାୟକ ସନ୍ତୋଷ କହିଛନ୍ତି ।

Comments (0)
Add Comment