ବାଲେଶ୍ଵର୧୩/୧୧: ନୀଳଗିରି ଅବକାରୀ ବିଭାଗ ଓ ବାଲେଶ୍ୱର ମୋବାଇଲ ସ୍କ୍ୱାଡର ଆଜି ମିଳିତ ଚଢ଼ଉ କରି ନୀଳଗିରିର ବିଭିନ୍ନ ଅଞ୍ଚଳରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଗୋଟିଏ ଦିନରେ ଅବକାରୀ ବିଭାଗ ୧୪ଜଣ ମଦ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ; ଫୁତୁଲି ସିଂ,କୈଳାସ ସିଂ,ଦାସ ମୁର୍ମୁ, ଆଦିକନ୍ଦ ବୈଠା,ଗୀତା ମଲିକ,ପ୍ରବେଶ ଆଚାର୍ଯ୍ୟ,ଉମାକାନ୍ତ ବେହେରା,ନରେନ୍ଦ୍ର ଧାମୁଡ଼ିଆ,ହରିଶ୍ଚନ୍ଦ୍ର ବେହେରା,ନାରାୟଣ ନାୟକ,ସୋମବାରୀ ସିଂ,ବାଇଧର ସିଂ,ସନ୍ତୋଷ ବେହେରା ଓ ବାଞ୍ଛା ମାଝୀ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶମୂଳେ ନୀଳଗିରି ଥାନା ଅଧୀନ ଧୋବଶିଳା, କଣ୍ଟାବଣିଆ,ବରିସାହି,ସାନଅତା,ଘାଟଘରସାହି,ଷ୍ଟେସନସାହି, କେନ୍ଦୁଖୁଣ୍ଟା, ଜାମବଣି,ଚିମିନିଭାଟି,ଗୁଡ଼ିଖାଣିଆ, ମିତ୍ରପୁର ପ୍ରଭୃତି ଅଞ୍ଚଳରେ ଏହି ଚଢ଼ଉ ହୋଇଥିଲା । ଅଭିଯୁକ୍ତ ମାନଙ୍କଠାରୁ ୨୦୨ଲିଟର ଦେଶୀମଦ, ୨୭.୩ ଲିଟର ବିୟର ଏବଂ ୩.୬ଲିଟର ବିଦେଶୀ ମଦ ଜବତ କରାଯାଇଛି । ଚଢ଼ଉରେ ନୀଳଗିରି ଅବକାରୀ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ, ଓଆଇସି ମନୋଜ ସାହୁ, ମୋବାଇଲ ୟୁନିଟ ଇନ୍ସପେକ୍ଟର ହରିହର ସିଂ,ଏଏସଆଇ ଲମ୍ବୋଦର ମହନ୍ତ,କାଜଲ ପ୍ରିୟଦର୍ଶିନୀ,ତପନ ମଲିକ, ନହନ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।