ନିୟମ ଉଲଂଘନ: ୨ଟି ମେଡ଼ିସିନ ଦୋକାନ ସିଲ ।

ଭଞ୍ଜନଗର,୧୩/୦୭(ପିପିଟି); ଭଞ୍ଜନଗର ଆର.ସି ରୋଡ଼ ରେ ଥିବା ଏକ ମେଡ଼ିସିନ ଷ୍ଟୋରକୁ କୋଭିଡ଼ ନିୟମ ଉଲଂଘନ କରିବା ଅଭିଯୋଗରେ ଏକ ସପ୍ତାହ ପାଇଁ ସିଲ କରାଯାଇଛି। ତହସିଲଦାର ଆଲୋକ କୁମ୍ଭାର ପ୍ରଧାନ ଭଞ୍ଜନଗର ର ବିଭିନ୍ନ ଔଷଧ ଦୋକାନ କୁ ଯାଇ ଆବଶ୍ୟକୀୟ କାଗଜପତ୍ର ଦେଖିଥିଲେ।ସେହି ସମୟରେ ଉକ୍ତ ଦୋକାନ ନିୟମ ଉଲଂଘନ କରିଥିବା ଦେଖି ତାହାକୁ ଏକ ସପ୍ତାହ ପାଇଁ ସିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଜଗନ୍ନାଥ ପ୍ରସାଦ ଠାରେ ମଧ୍ୟ ଏକ ମେଡିକାଲ ଷ୍ଟୋର ଲୋକଙ୍କୁ ସ୍ୱାବ ପରୀକ୍ଷା ସମ୍ପର୍କରେ ଭୁଲ ତଥ୍ୟ ଦେବାସହ କୋଭିଡ଼ ନିୟମ ଅମାନ୍ୟ କରିଥିବା ଦେଖି ପ୍ରଶାସନ ତରଫରୁ ସେହି ଦୋକାନ କୁ ମଧ୍ୟ ସିଲ କରାଯାଇଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment