ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ;ଖୁର ଆକ୍ରମଣରେ ଦୁଇ ଗୁରୁତର ।

ପୋଲସରା,୦୨/୦୫(ପିପିଟି):ପୋଲସରା ଥାନା ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକଙ୍କ ଖୁର ଆକ୍ରମଣରେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି।ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ଗତ ତା ୦୧,୦୫,୨୦୨୩ ସୋମବାର ଦିନ ନିମିନା ଗ୍ରାମରେ ଅନୁଷ୍ଠିତ ବାହାଘର ଭୋଜି ଖାଇବାକୁ ପୋଲସରାର କିଛି ବ୍ୟକ୍ତି ଯାଇଥିଲେ । ଭୋଜିରେ ନିମିନା ଗ୍ରାମର ବୁଟୁସାହୁ ନିଶାଗ୍ରସ୍ତ ଅବସ୍ଥାରେ ପୋଲସରାର ବସନ୍ତ ସାହୁ ଓ ରବିସାହୁଙ୍କୁ ବିଭିନ୍ନ ଆଶାଳୀନ ଭାଷାରରେ ଗାଳିଗୁଲଜ କରିଥିଲା । ଫଳରେ ଉଭୟଙ୍କ ମାଧ୍ୟାରେ ସାମାନ୍ୟ ବଚସା ହୋଇଥିଲା । ପରେ ନିଶାସକ୍ତ ଯୁବକ ଜଣଙ୍କ ନିଜ ପ୍ୟାଣ୍ଟ ପକେଟରେ ରଖିଥିବା ଏକ ଖୁରକୁ ବାହାର କରି ଅତର୍କିତ ଭାବରେ ରବି ଏବଂ ବସନ୍ତ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ରବିର ପେଟ ଏବଂ ବସନ୍ତର ମୁହଁରେ ଘଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ରବୀନ୍ଦ୍ରଙ୍କ ପେଟରେ ୧୨ଟି ଏବଂ ବସନ୍ତଙ୍କ ମୁହଁରେ ୭ ଟି ସିଲେଇ ପଡ଼ିଥିବା ସୂଚନା ମିଳିଛି । ସେପଟେ ମାମଲା ରୁଜୁ କରିବାପାଇଁ ରାତିରେ ପୋଲସରା ଥାନାଙ୍କୁ ଯାଇଥିବା ଉଭୟଙ୍କ ସମ୍ପର୍କୀୟଙ୍କୁ ସକାଳୁ ଆସିବାକୁ କହି ଥାନା କର୍ମଚାରୀ ଫେରାଇଦେଇଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନ ୧୧ରେ ସୂର୍ଯ୍ୟନଗର ସାହିବସିନ୍ଦା ସନ୍ତୋଷ ସାହୁଙ୍କ ଅତଲା ପ୍ରକାରେ ଅଭିଯୁକ୍ତ ନିମିନା ଗ୍ରାମ ବାସିନ୍ଦା ବୁଟୁ ସାହୁ ଓ ଚିତ୍ରସେନ ସାହୁ ଉଭୟଙ୍କ ନାମରେ କେସ ନଂ ୨୪୨/୨୩ ରେ ମାମଲା ଥାନା ପକ୍ଷରୁ ରୁଜୁ କରାଯାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ଜରିରହିଛି ବୋଲି ଥାନା ଅଧିକାରୀ ଗଣମାଧ୍ୟକୁ କହିଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment