ନିର୍ମାଣ ଶ୍ରମିକ ମାନଙ୍କର ରାଜ୍ୟବ୍ୟାପି ଆନ୍ଦୋଳନ ।

କଟକ,ତା-୦୮/୧୦;ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ଆହ୍ୱାନକ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିବା ଅବସରରେ ଆଜି କଟକ ଜିଲ୍ଲା ତରଫରୁ କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ ଏକ ପ୍ରତିବାଦ ସଭାରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ସଧାରଣ ସମ୍ପାଦକ ତଥା ଅଖିଳ ଭାରତୀୟ ନିର୍ମାଣ ମଜଦୁର ମହାସଂଘର ସର୍ବ ଭାରତୀୟ ସଙ୍ଗଠନ ସମ୍ପାଦକ ବସନ୍ତ କୁମାର ସାହୁ,କଟକ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ବେହେରା, ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ,କଟକ ଜିଲ୍ଲା ସମ୍ପାଦକ ରାଜକିଶୋର ବେହେରା, କୋଠା ନିର୍ମାଣ ଶ୍ରମିକ ୟୁନିଅନର ସଧାରଣ ସମ୍ପାଦକ ବୈକୁଣ୍ଠ ବିହାରୀ ନାୟକ,କଟକ ଜିଲ୍ଲା ଅସଂଗଠିତ ମଜଦୁର ସଂଘ ସଧାରଣ ସମ୍ପାଦକ ଭାଗିରଥି ବେହେରା,ଉପସଭାପତି ରବିନ୍ଦ କୁମାର ବେଉରା, ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରି ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ । ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡ଼ିକରେ ପଡ଼ିରହିଥିବା ନିର୍ମାଣ ଶ୍ରମିକ ମାନଙ୍କର ସହାୟତା ରାଶି ଯଥା, ଜିଲ୍ଲାଶ୍ରମ କାର୍ଯ୍ୟାଳୟ ଗୁଡ଼ିକରେ ଖାଲିପଡିଥିବା ପଦବି ଗୁଡ଼ିକ ପୂରଣ କରାଯାଉ । କାରଣ ଶ୍ରମ ବିଭାଗର ନିଜସ୍ୱ କାର୍ଯ୍ୟ ତା’ ସାଙ୍ଗକୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ବର୍ତ୍ତମାନ ପ୍ରବାସୀ ଶ୍ରମିକ ମାନଙ୍କର କାର୍ଯ୍ୟଭାର ବଢ଼ି ଚାଲିଥିବା କାରଣରୁ ଜିଲ୍ଲା ଶ୍ରମ ଅଧିକାରୀ,ସହକାରୀ ଶ୍ରମ ଅଧିକାରୀଙ୍କ ସମେତ ଗ୍ରାମୀଣ ଶ୍ରମ ନିରୀକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବ, ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡ଼ିକରେ ପଡ଼ି ରହିଥିବ ନିର୍ମାଣ ଶ୍ରମିକ ମାନଙ୍କର ସହାୟତା ରାଶି ଯଥା, ସାଇକେଲ, ଯନ୍ତ୍ରପାତି, ସେଫ୍ଟି ଉପକରଣ,ବିବାହ,ମୃତ୍ଯୁ କାଳୀନ, ପ୍ରସବ କାଳୀନ,ଚିକିତ୍ସା, ଶିକ୍ଷା ସହାୟତା,ଘର ତିଆରି ସମ୍ବନ୍ଧୀୟ ଆବେଦନ ପତ୍ର ଗୁଡିକୁ ଯଥା ଶୀଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରଦାନ କରାଯିବା, ପଞ୍ଜିକରଣ ନିମନ୍ତେ ପଡ଼ିରହିଥିବା ଦରଖାସ୍ତ ଗୁଡିକୁ ପଞ୍ଜିକୃତ କରାଯାଇ ନିର୍ମାଣ ଶ୍ରମିକ ମାନଙ୍କୁ ଯଥା ଶୀଘ୍ର କାର୍ଡ ଯୋଗାଇ ଦିଆଯିବ,କରୋନା ସମୟରେ ଅନେକ ନିର୍ମାଣ ଶ୍ରମିକମାନଙ୍କର ରିନୁଆଲ୍ ହୋଇନଥିବା,ବୟସ ୬୦ ହୋଇଥିବା କାରଣରୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୧୫୦୦ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇନାହିଁ । ବର୍ତ୍ତମାନ ପରିସ୍ଥିତିରେ ବୟସ ସୀମା ହଟାଯାଇ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବ, ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲାଶ୍ରମ କଲ୍ୟାଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ପଞ୍ଜିକୃତ ନିର୍ମାଣ ଶ୍ରମିକର ବୟସ ସୀମା ହଟାଯାଇ ମୃତ୍ଯୁ କାଳୀନ ସହାୟତା ରାଶି ପ୍ରଦାନ କରାଯିବ,ଜିଲ୍ଲା ସ୍ତରରେ ନିର୍ମାଣ ଶ୍ରମିକ ମାନଙ୍କର ଲାଗି ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସ୍ବତନ୍ତ୍ର କାର୍ଯ୍ୟାଳୟ ସହ ପାନୀୟଜଳ ଓ ପରିମଳର ବ୍ୟବସ୍ଥା କରାଯିବ,ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡ଼ିକରେ ସ୍ବତନ୍ତ୍ର ରେକର୍ଡ ରୁମ୍ କରାଯିବା ସହିତ ଜଣେ କର୍ମଚାରୀଙ୍କୁ ଦାୟିତ୍ୱରେ ରଖାଯିବ,ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ରାଜନୀତି ଠାରୁ ଦୂରେଇ ରଖାଯିବ,ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ଶ୍ରମିକ ମାନଙ୍କୁ ଯେଉଁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଦିଆଯାଇଛି ସେମାନଙ୍କୁ ସେ ସଂପର୍କରେ ତାଲିମ ପ୍ରମାଣ ପତ୍ର ସହିତ ପନ୍ଦର ଦିନର ପ୍ରାପ୍ୟ ୩୦୦୦ ଟଙ୍କା ତୁରନ୍ତ ପ୍ରଦାନ କରାଯିବା ଉଦ୍ଧେଶ୍ୟରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଜିଲ୍ଲା ଶ୍ରମଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ,ଅଧ୍ୟକ୍ଷ,ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ,ଭୁବନେଶ୍ୱର ପ୍ରମୁଖ ଶାସନ ସଚିବ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ,ଶ୍ରମ କମିଶନର ତଥା ସଚିବ,ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ,ଭୁବନେଶ୍ୱରଙ୍କୁ ଉଦ୍ଦେଶ୍ୟରେ ୧୦ ଦଫା ଦାବି ପତ୍ର ପ୍ରଦାନ କରଯାଇଥିଲା ।

Comments (0)
Add Comment