ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୧,୭୦,୭୫,୨୦୦ ଟଙ୍କା ସହାୟତା ରାଶି ପ୍ରଦାନ ।

ଯାଜପୁର,୨୬/୦୨(ପିପିଟି): ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଯୁଧିଷ୍ଠିର ନାୟକ ନିର୍ମାଣ ଶ୍ରମିକ ମାନଙ୍କୁ ସାଙ୍କେତିକ ଅର୍ଥ ରାଶି ପ୍ରଦାନ ପୂର୍ବକ ୮ ଜଣ ହିତାଧିକାରୀ ତଥା ତାଙ୍କ ମନୋନୀତ ବ୍ଯକ୍ତିଙ୍କୁ ଡମି ଚେକ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ ତରଫରୁ  ପ୍ରଦତ୍ତ ବିଭିନ୍ନ ସହାୟତା ରାଶି ସମସ୍ତ ୨୮୦ ଜଣ ଆବେଦନକାରୀଙ୍କୁ ୧,୭୦,୭୫,୨୦୦ ଟଙ୍କା ତାଙ୍କର ପ୍ରଦତ୍ତ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଦିଆଯାଇଛି ବୋଲି ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି । ଏହି ଅବସରରେ ଶିକ୍ଷା ସହାୟତା ବାବଦରେ ୭୫ ଜଣଙ୍କୁ ୭,୭୦,୨୦୦ ଟଙ୍କା, ବିବାହ କାଳୀନ ସହାୟତା ୧୩୭ ଜଣଙ୍କୁ ୬୮ ଲକ୍ଷ ଟଙ୍କା, ମହିଳା ଶ୍ରମିକମାନଙ୍କ ପ୍ରସୂତୀକାଳୀନ ସହାୟତା ୫ ଜଣଙ୍କୁ ୫୦ ହଜାର ଟଙ୍କା, ମୃତ୍ୟୁକାଳୀନ ସହାୟତା ୩୨ ଜଣଙ୍କୁ ୯୩ ଲକ୍ଷ ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୩୧ ଜଣଙ୍କୁ ୧ ଲକ୍ଷ ୫୫ ହଜାର ଟଙ୍କାର ସହାୟତା ରାଶି ପ୍ରେରଣ କରାଯାଇଛି । ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ର, ଯାଜପୁର ପ୍ରଭାଗୀୟ ଶ୍ରମ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ଯଙ୍କ ତତ୍ତ୍ଵାବଧାନରେ ଯାଜପୁର ବ୍ଲକ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ରାଉତରାୟ, ଡାଟା ଏଣ୍ଟ୍ରି ଅପରେଟର ଶଶିକାନ୍ତ ପ୍ରଧାନ ଓ ନାରାୟଣ ଚନ୍ଦ୍ର ନନ୍ଦ ପ୍ରମୁଖ ଡମି ଚେକ ପ୍ରଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Comments (0)
Add Comment