ନିର୍ମାଣ ଶ୍ରମିକ ଆର୍ଥିକ ସହାୟାତା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର।

ନିର୍ମାଣ ଶ୍ରମିକ ଆର୍ଥିକ ସହାୟାତା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର।ପୋଲସରା,୨୧/୧୦(ପିପିଟି);ଗଞ୍ଜାମ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ବିଭିନ୍ନ କାର୍ଯ୍ୟର ସମୀକ୍ଷା ପାଇଁ ପୋଲସରା ତହସିଲିକୁ ଆସିଥିଲେ । ଲକଡାଉନ ସମୟରେ ନିର୍ମାଣ ଶ୍ରମିକଙ୍କୁ ଯେଉଁ ଅର୍ଥକସହାୟତା (୧୫୦୦/-) ଦିଆଜିବା ଘୋଷଣା ହୋଇଥିଲା , ତାହା ଆଜିପଯ୍ୟନ୍ତ ମିଳିନଥିବାରୁ ଏନ.ଏ.ସି ର ବାସିନ୍ଦା ଉପଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ରହି ଦାବିପତ୍ର ଜରିଆରେ ଜଣାଇଥିଲେ । ଗତ ଅଗଷ୍ଟ ମାସ ୦୪ ତାରିଖରେ ଏନ.ଏ.ସି କାର୍ଯ୍ୟନିର୍ବାହି ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କୁ ଅନୁରୋଧ କରି ଶ୍ରମିକ ମାନେ ବିଫଳ ହୋଇଥିଲେ । ଏଣୁ ତୁରନ୍ତ ଆର୍ଥିକ ସହାୟାତା ପାଇଁ ନିର୍ମାଣ ଶ୍ରମିକ ମାନେ ଉପଜିଲ୍ଲାପାଳଙ୍କ ପାଖକୁ ଯାଇ ଦାବିପତ୍ର ପ୍ରଦାନପାଇଁ ବାଧ୍ୟ ହେଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment