ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାରକୁ ନେଇ ଅସନ୍ତୋଷ।

ତିର୍ତ୍ତୋଲ,୨୨/୦୩(ପିପିଟି); ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଭୋଇଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ନୂତନ ସମିତି ସଭ୍ଯା ରୋଜାଲିନ ଜେନା । ଆଜି କଟରା ଗ୍ରାମପଞ୍ଚାୟତର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମାତ୍ର ଏହି ସଭାକୁ ବିଜେଡି ସମର୍ଥିତ ସମିତି ସଭ୍ଯାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଡକା ଯାଇନଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏତାଦୃଶ କଂଗ୍ରେସ ପ୍ରୀତି ସର୍ବ ସମ୍ମୁଖରେ ସରକାରୀ କର୍ମଚାରୀଙ୍କ ପାତର ଅନ୍ତର ନୀତି ତାଙ୍କ କର୍ତ୍ତବ୍ୟ ନିଷ୍ଠା ପ୍ରତି ଇଙ୍ଗିତ କରୁଛି । ଏହି ବୈଠକକୁ ବିଜେଡି ସମିତି ସଭ୍ଯାଙ୍କୁ ନ ଡାକିବାକୁ ନେଇ ତିର୍ତ୍ତୋଲ ବିଡିଓଙ୍କୁ ଆମ ପ୍ରତିନିଧି ଫୋନ ଯୋଗେ ପଚାରିଥିଲେ ଯାହାକୁ ତିର୍ତ୍ତୋଲ ଵିଡିଓ ଅଟଳ ବିହାରୀ ସ୍ଵାଇଁ ନିନ୍ଦା କରିଥିଲେ ଓ ଲିଖିତ ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗ କଲାପରେ ନିର୍ବାହୀ ଅଧିକାରୀ ସମସ୍ତଙ୍କ ସମ୍ମୁଖରେ ସମିତି ସଭ୍ଯାଙ୍କୁ ଭୁଲ ମାଗିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment