ନିର୍ବାଚନ ପୂର୍ବରୁ ଭଞ୍ଜନଗର ଥାନାର ୪ଜଣ ଏଏସଆଇଙ୍କ ବଦଳି ।

ଭଞ୍ଜନଗର, ୦୩/୧୦(ପିପିଟି): ଆସନ୍ତା ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ପ୍ରାୟତଃ ଅଧିକାଂଶ ଥାନାରେ ଦୀର୍ଘଦିନ ଧରି ଅବସ୍ଥାପିତ କର୍ମଚାରୀ ମାନଙ୍କୁ ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟତ୍ର ବଦଳି କରାଯାଇଛି।ସେହିପରି ଭଞ୍ଜନଗର ଥାନାରେ କିଛି ବର୍ଷ ଧରି ଏଏସଆଇ ଭାବେ କାର୍ଯ୍ୟ କରୁଥିବା ୪ଜଣଙ୍କୁ ଜିଲ୍ଲାର ବିଭିନ୍ନ ଥାନାକୁ ବଦଳି କରାଯାଇଛି।ସେଥି ମଧ୍ୟରେ ଏଏସଆଇ ସତ୍ୟ ରଞ୍ଜନ ମଲିକଙ୍କୁ ସୋରଡା ଥାନା, ରୁଦ୍ର ପ୍ରସାଦ କହଁରଙ୍କୁ ତାର ସିଂ, ଶରତ ଚନ୍ଦ୍ର ପଣ୍ଡା ଙ୍କୁ ଧରାକୋଟ, ବିଦେଶୀ ବେହେରାଙ୍କୁ ଗାଙ୍ଗପୁର ଥାନାକୁ ବଦଳି ହୋଇଛି। ଏହି ଅବସରରେ ଶୁକ୍ରବାର ଭଞ୍ଜନଗର ଥାନାରେ ଆଇଆଇସି ଜୀବନାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ବିଦାୟୀ କର୍ମଚାରୀମାନେ ନିଜ ରହଣି ସମୟର ସ୍ମୃତି ଅନୁଭୂତିକୁ ବଖାଣିଥିଲେ।ଏସଆଇ ସମୀର କୁମାର ସେଠୀ, ଏସଆଇ ଲଷ୍ମୀଧର ମହାନ୍ତି, ଏସଆଇ ଜ୍ୟୋସ୍ନା ମୟୀ ସାହୁ ବିଦାୟୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ବିଭିନ୍ନ କାର୍ଯ୍ୟରେ ସହଯୋଗ ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ। ଆଇଆଇସି ଶ୍ରୀ ଜେନା ଭଞ୍ଜନଗର ଥାନାର ୪ଜଣ କର୍ମବୀରଙ୍କୁ ହାତଛଡା କରି ଦୁଃଖ ପ୍ରକାଶ କରିବା ସହ ନିଜ କର୍ମକ୍ଷେତ୍ରରେ ଏଠାରୁ ପାଇଥିବା ଶିକ୍ଷାକୁ କାର୍ଯ୍ୟରେ ଲଗାଇ ସଫଳତା ହାସଲ କରି ଆଗାମୀ ଦିନରେ ଏହି ଥାନାର ଟେକ ରଖିବାକୁ ପରାମର୍ଶ ଦେଇଥିଲେ।ସେହିପରି ଭଞ୍ଜନଗର ସବ ଜଜ୍ କୋର୍ଟର ନୀଳାମ୍ବର ଡିଗାଲଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।ଏଥିରେ ଭଞ୍ଜନଗର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment