ସୁବର୍ଣ୍ଣପୁର ,୦୬/୦୫(ପିପିଟି) : ଆଜି ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ର ସହାୟତାରେ ତ୍ରିପୁରା ଆର୍ମ ପୋଲିସ୍ ଦ୍ବାରା ସହର ସାରା ଫ୍ଲାଗ ମାର୍ଚ୍ଚ କରାଯାଇଥିଲl l ସହର ରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ସଧାରଣ ଜନତା ଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏବଂ ଜିଲ୍ଲା ରେ ମେ ମାସ ୨୦ ତାରିଖ ରେ ଅନୁଷ୍ଟିତ ହେବାକୁ ଥିବା ଆଗାମୀ ଲୋକ ସଭା ଓ ବିଧାନ ସଭା ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ନିମନ୍ତେ ଆଜି ସୁବର୍ଣ୍ଣପୁର ଏସପି ୟଶ ପ୍ରତାପ ଶ୍ରୀମlଲ ଙ୍କ ନିର୍ଦ୍ଦେଶ କ୍ରମେ ସହର ରେ ୩ ପ୍ଲାଟୁନ ତ୍ରିପୁରା ଷ୍ଟେଟ୍ ରାଇଫଲ (ଆର୍ମ୍ ପୋଲିସ) ଫୋର୍ସ କୁ ନେଇ ଏଇ ଫ୍ଲାଗ ମାର୍ଚ୍ଚ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ସୋନପୁର ଥାନାର ଭlରପ୍ରାପ୍ତ ଅଧିକାରୀ ଶ୍ରୀ ଲୋକ ନାଥ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ସହଯୋଗ କରିଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ