ନିର୍ବାଚନରେ ପାର୍ଥି ମାନେ କିଭଳି ପ୍ରଚାର ଏବଂ ଖର୍ଚ୍ଚର ବିବରଣୀ ସହ ସମସ୍ତ ନିୟମ ପାଳନ କରିବେ ଏହାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି,୩୦/୦୧(ପିପିଟି): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ , ସମିତି ମେମ୍ବର ଓ ଜିଲ୍ଳା ପରିଷଦ ପ୍ରାର୍ଥୀ ମାନେ ନିଜର ପ୍ରଚାର ପାଇଁ କରିବାକୁ ଥିବା ଖର୍ଚ୍ଚର ସମସ୍ତ ବିବରଣୀ ଓ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ଆନୁସଙ୍ଗିକ ନିୟମକୁ ପାଳନ ସହକାରେ କିଭଳି ଭାବେ ସୁଚାରୁ ରୂପେ ନିର୍ବାଚନ ପ୍ରଚାର ପ୍ରକ୍ରିୟାକୁ ପାଳନ କରିପାରିବେ ଏହାକୁ ନେଇ ଏକ ତାଲିମ ତଥା ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସାନଖେମୁଣ୍ଡି ନିର୍ବାଚନ ଅଧିକାରୀ ଗାୟତ୍ରୀଦତ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସବୁ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ପାଇଁ ନିର୍ବାଚନ ପ୍ରତିନ୍ଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ଉପସ୍ଥିତ ଥିଲେ । ବୈଠକରେ ବ୍ଲକ ପ୍ରଶାସନ ଦ୍ୱାରା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ବାଚନ ସଂକ୍ରାନ୍ତୀୟ ଖର୍ଚ୍ଚର ସମସ୍ତ ହିସାବ ବିବରଣୀ ତଦାରଖ ସହକାରେ ମହଜୁଦ ରଖିବେ ଏବଂ ଫଳାଫଳ ପ୍ରକାଶିତ ପରେ ଦାଖଲ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିବା ସହ ପ୍ରଚାର ସମୟ ରେ କୋଭିଡ ନିୟମକୁ ସୁଚାରୁରୂପେ ପାଳନ ଓ ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା ।ଶାନ୍ତିଶୃଙ୍ଖଳା ସହକାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିନ୍ଦ୍ବନ୍ଦୀ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ବାଦ ଦେଇ କାର୍ଯ୍ୟକରିବାକୁ ବୈଠକରେ କୁହାଯାଇଥିଲା । ଜନମତ୍ତକୁ ପ୍ରଭାବିତ କରିବା ପାଇଁ ଆର୍ଥିକ ଓ ନିଶାଦ୍ରବ୍ୟ କାରବାର କିମ୍ବା ଅନ୍ୟ କୌଣସି ହିଂସାତ୍ମକ କାର୍ଯ୍ୟ ପାଇଁ ସ୍ଥାନୀୟ ପୋଲିସ ଓ ପ୍ରଶାସନର ନଜରକୁ ଆଣିବାକୁ କୁହାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିଦ୍ବନ୍ଦୀ ମାନଙ୍କ ଉପସ୍ଥିତ ସହ ଜିପିଓ ବୈଜୟନ୍ତୀ ମୁଣ୍ଡା ,ଏ.ଓ ସଞ୍ଜିତ ସୁମନ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା)

Comments (0)
Add Comment