ନିର୍ଦ୍ୱନ୍ଦରେ ରାଜଲଷ୍ମୀ ହେଲେ ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷା ।

ଭଞ୍ଜନଗର,୨୪/୦୩(ପିପିଟି): ପୂର୍ବରୁ ଭଞ୍ଜନଗର ପଞ୍ଚାୟତ ସମିତିକୁ ବିଜେଡ଼ି ଅକ୍ତିଆର କରି ନେଇଥିବା ବେଳେ ଅଧ୍ୟକ୍ଷ ଭାବେ ବାଇବାଲି ପଞ୍ଚାୟତର ବିଜେଡ଼ି ସମର୍ଥିତ ସମିତି ସଭ୍ୟ ନରୀ ସଭା ନାୟକ ନିର୍ବାଚିତ ହୋଇଥିଲେ। ବୁଧବାର ଥିଲା ଉପାଧ୍ୟକ୍ଷ ନିର୍ବାଚନ। ଏଥିରେ ବିଜେଡ଼ି ତରଫରୁ ଲାଲସିଙ୍ଗି ପଞ୍ଚାୟତ ସମିତି ସଭ୍ୟା ରାଜଲଷ୍ମୀ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିଲା।ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିରୋଧୀଙ୍କ ତରଫରୁ କୌଣସି ପ୍ରାର୍ଥୀ ନିର୍ବାଚନରେ ଉପସ୍ଥିତ ହୋଇ ନଥିଲେ।ଶେଷରେ ନିର୍ବାଚନ ଅଧିକାରୀ ଏକ ମାତ୍ର ପ୍ରାର୍ଥୀ ଭାବେ ରାଜଲଷ୍ମୀ ପ୍ରଧାନଙ୍କୁ ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ରାଜଲଷ୍ମୀଙ୍କ ଏହି ବିଜୟ ପାଇଁ ତାଙ୍କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ସାଂସଦ ପ୍ରତିନିଧି ଦିବାକର ନାୟକ,୫୧ନଂ ଜୋନ ଜିଲ୍ଲା ପରିଷଦ ଜିତେନ୍ଦ୍ର କେଶରୀ ଆରୁଖ, ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ, ଅଧ୍ୟକ୍ଷ ନରୀସଭା ନାୟକ, ଲାଲସିଙ୍ଗି ସରପଞ୍ଚ ଶିବରlମ ସାହୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଭଞ୍ଜନଗର ବ୍ଲକର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ କରିବାକୁ ରାଜଲଷ୍ମୀ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment