ନିମ୍ନ ମାନର କାର୍ଯ୍ୟ ଅଭିଯୋଗ,ଠିକ୍ ରୂପେ ପାନୀୟଜଳ ପାଇପାରୁନାହାଁନ୍ତି ଜନସାଧାରଣ।

ବୋଲଗଡ଼,୨୫/୦୧(ପିପିଟି); ସରକାରଙ୍କର ଯୋଜନା ମାଳ ମାଳ କିନ୍ତୁ ସେସବୁ ବିଫଳ। ଯୋଜନା ପରେ ଯୋଜନା କରି ରାଜସ୍ୱ କ୍ଷୟ କରିଚାଲିଛନ୍ତି। କିନ୍ତୁ ସେସବୁ ଯୋଜନା ଲୋକଙ୍କ ପାଖରେ କେତେ ଯେ ପହଞ୍ଚିପାରୁଛି ଓ କେତେ ଦୂର ସଫଳ ହୋଇପାରୁଛି ତାର ହିସାବ କିଏ ବା ରଖୁଛି। ଏପରି ଏକ ଅଭିଯୋଗ ହୋଇଛି ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ର ତାଳତୁମ୍ବ ଗ୍ରାମର ମାଣିକପୁର ମୈୗଜାରେ ସୂଚନା ଅନୁଯାୟୀ ୨୦୧୯ ମସିହାରେ ବସୁଧା ଯୋଜନା ମାଧ୍ୟମରେ ତାଳତୁମ୍ବଗ୍ରାମର ମାଣିକ ପୁର ମୈୗଜାର ଏକ ପଚାଶ ହଜାର ଲିଟର ପାଣିଟାଙ୍କି ନିର୍ମାଣ କରାଯାଇ ଥିଲା। ଯାହା କି ରାମପ୍ରସାଦ ମୌଜା,ଶିବପ୍ରସାଦମୌଜା ଓ ମାଣିକପୁର ମୌଜା ଗୁଡିକୁ ଜଳଯୋଗାଣ କରାଯାଇଛି। କିନ୍ତୁ ଆଲୋଚନାର ବିଷୟ ଗୋଟିଏ ଟାଙ୍କି ଏକବର୍ଷ ନ ପୁରୁଣୁ ଜଳ ଯୋଜନା ବନ୍ଦ ହେବାକୁ ବସିଲାଣି। ପାଣି ଟାଙ୍କିରୁ ବହୁମାତ୍ରାରେ ପାଣି ଲିକେଜ୍ ହେବାର ଦେଖି ବାକୁ ମିଳିଛି। କେଉଁଠି ପାଇପ ଫାଟି ପାଣି ବାହାରି ଅପଚୟ ହେଉଛି। ଯୋଗାଣ ବିଭାଗ ତରଫରୁ ନିର୍ମାଣ କରାଯାଇଥିବା ଟ୍ୟାପ୍ ଗୁଡ଼ିକ ଭାଙ୍ଗି ଯିବା ସହ ଠିକ୍ ରୁପେ ପାନୀୟ ଜଳ ଜନସାଧାରଣ ଲୋକ ମାନେ ପାଇପାରୁନାହାନ୍ତି। ତତ୍ ସହିତ ସେହି ପାଣି ଟାଙ୍କିର ଦାୟିତ୍ଵ ନେବାକୁ କହିନାହାନ୍ତି। ନିମ୍ନ ମାନର କାର୍ଯ୍ୟ ହୋଇଥିବାର ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ଓ ଜଳଯୋଗାଣ ବିଭାଗ ତୁରନ୍ତ ଘଟଣାଟିକୁ ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜଳଯୋଗାଣ ସମସ୍ୟାଟିର ସମାଧାନ କଲେ ଅଞ୍ଚଳ ବାସି ଉପକୃତ ହେବେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment