ନିମ୍ନମାନର ପେଭର ରୋଡ଼ କାର୍ଯ୍ୟ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଟଙ୍କା ହଡପ ।

ହିଞ୍ଜିଳିକାଟୁ,୧୯/୦୭(ପିପିଟି): ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡା ପଞ୍ଚାୟତର ପୋଡିଙ୍ଗି ଗ୍ରାମରେ, ପୋଡିଙ୍ଗି ଠାରୁ ବୁରୁପଡା ଯିବା ରାସ୍ତା ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ପାର୍ଶ୍ଵ ରାସ୍ତାରେ ପେଭର ରୋଡ କରିବା ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ଅଟକଳ ହୋଇଛି । ଉକ୍ତ ପରିମାଣ ଅର୍ଥରେ ପ୍ରାୟ ୧୫ ଫୁଟ ଓସାରର ୧୧୦୦ ବର୍ଗ ଫୁଟର ପେଭର ରୋଡ଼ ନିର୍ମାଣ କାର୍ଯ୍ୟାଦେଶ ରହିଥିବା ବେଳେ ମାତ୍ର ୬୩୦ ବର୍ଗ ଫୁଟର କାର୍ଯ୍ୟ ସମ୍ପାଦନା କରି ନିମ୍ନମାନର କାର୍ଯ୍ୟ ସହ ସମ୍ପୂର୍ଣ୍ଣ ବିଲ କରାଯାଇଥିବାର ଜନ ସୂଚନା ତଥ୍ୟରୁ ସୂଚନା କର୍ମୀଙ୍କ ଠାରୁ ପ୍ରକାଶ ଅଭିଯୋଗ କ୍ରମେ ଉକ୍ତ ରାସ୍ତ ନିମ୍ନମାନର କାର୍ଯ୍ୟ ସହ କମ ପେଭର ରେ ନିର୍ମାଣ କରାଯାଇଛି ବୋଲି ସେହି ଅଞ୍ଚଳର ଜନସାଧାରଣ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ବୁରୁପଡା ଗ୍ରାମ ପଞ୍ଚାୟତ ପୋଡଙ୍ଗୀ ଗ୍ରାମରେ ଏଭଳି ବହୁ ନିମ୍ନମାନର କାର୍ଯ୍ୟ ଅର୍ଥ ଆଶାରେ କରାଯିବା ସହ ବ୍ଲକ ଏବଂ ପଞ୍ଚାୟତର କିଛି ଅସାଧୁ କର୍ମଚାରୀ ଦଳୀୟ ଛତ୍ରଛାୟା ତଳେ ରହି ଠିକାଦାରଙ୍କୁ ସହଯୋଗ କରୁଥିବା ଏହି ଅଞ୍ଚଳର କିଛି ଯୁବ ଗୋଷ୍ଠି ଆପତ୍ତି ଅଭିଯୋଗ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ସୂଚନା କର୍ମୀ ଉକ୍ତ ନିମ୍ନମାନର କାର୍ଯ୍ୟ ଉପରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏବଂ ବର୍ତ୍ତମାନର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ସଢଙ୍ଗୀକୁ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଏଣୁ ବର୍ତ୍ତମାନ ଏହି କାର୍ଯ୍ୟକୁ ଭିତି କରି ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ପଞ୍ଚାୟତ କାର୍ଯ୍ୟାଳୟ ଉକ୍ତ ପେଭର ରାସ୍ତା ନିମନ୍ତେ ସର୍ବନିମ୍ନ କେତେ ଦୂରତା କିମ୍ବା କେତେ ମୂଲ୍ୟର ରାସ୍ତା ହେବ ତାହାର କୌଣସି ମୂଲ୍ୟ ନାହିଁ ବୋଲି ଉକ୍ତ ରାସ୍ତା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ଗୋଟିଏ ପଟେ କାର୍ଯ୍ୟ ସମ୍ପାଦିତ ହୋଇଥିବା ଏଷ୍ଟିମେଣ୍ଟ କାଗଜ କହୁଥିବା ବେଳେ ପଞ୍ଚାୟତ ଉକ୍ତ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ହୋଇ ନାହିଁ ବୋଲି ସୂଚନା ତଥ୍ୟରେ ପ୍ରଦାନ କରିଛନ୍ତି ।

(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ)

Comments (0)
Add Comment