ନିମଖଣ୍ଡିରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର, ୨୧/୧୧(ପିପିଟି); ରାଜ୍ୟ ସରକାରଙ୍କ ଯୋଜନା କିପରି ନିରୀହ ନିଷ୍ପେସିତ ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଲୋକେ କିପରି ସେଥିଦ୍ୱାରା ଲାଭବାନ ହୋଇପାରିବେ ତାହାକୁ ଆଖି ଆଗରେ ରଖି ବିଭିନ୍ନ ଜନହିତକର ଯୋଜନା ହାତକୁ ନେଉଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ତାହା ବାଟବଣା ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ସରକାରୀ ଯୋଜନା ଲୋକଙ୍କ ନିକଟତର କରିବା ପାଇଁ ନିର୍ବାଚିତ ଜନ ପ୍ରତିନିଧି ମାନେ ପ୍ରଶାସନକୁ ଅସହଯୋଗ କରୁଥିବା ବେଳେ ଓଲଟା ପ୍ରଶାସନିକ ଅଧିକାରୀ ସହଯୋଗ କରୁନଥିବା ନେଇ ମିଥ୍ୟା ଆରୋପ ଲଗାଉଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଚି କୁକୁଡାଖଣ୍ଡି ବ୍ଲକରେ ଗୋଟିଏ ପଟେ ସରକାର ଲୋକଙ୍କ ହିତ ନିମନ୍ତେ ପ୍ରତି ଗାଁ ଗୁଡ଼ିକରେ ‘ମୋ ଗାଁ ରେ ତହସିଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯାହା ଦ୍ୱାରା କି ଜନସାଧାରଣଙ୍କୁ ବିଭିନ୍ନ ପଟ୍ଟା,ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଓ ମ୍ୟୁଟେସନ ପାରି ବିଭିନ୍ନ କାର୍ଯ୍ୟ କରିବା ପାଇଁ ବାରମ୍ବାର ତହସିଲକୁ ଦୌଡ଼ିବାକୁ ପଡ଼ିବ ନାହିଁ ନିଜ ଗ୍ରାମରେ ହାତ ପାହାନ୍ତାରେ ଏହି ସୁବିଧା ଲୋକେ ପାଇପାରିବେ ଏହି ଭଳି ମହତ ଉଦ୍ଦେଶ୍ୟ ରଖି ସରକାର ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କିନ୍ତୁ ସରପଞ୍ଚ ଉଦ୍ଦେଶ୍ୟ ମୂଳକ ଭାବରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତରେ ଆୟୋଜିତ ହୋଇଥିବା ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ କୈଳାସ ବେହେରା ବାରମ୍ବାର ନିମଖଣ୍ଡି ସରପଞ୍ଚ ପ୍ରଦୀପ ବେହେରାଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ କୌଣସି ପ୍ରକାର ସହଯୋଗ କରିନଥିଲେ ଓ କହିଥିଲେ ଆମକୁ କୌଣସି ଚିଠି ହୋଇ ନାହିଁ ପରବର୍ତ୍ତୀ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ହେଉ କିମ୍ବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଏପରିକି ବିଦ୍ୟାଳୟ ପରିସରରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସ୍ଥାନ ଦେବା ପାଇଁ ସିଧାସଳଖ ମନା କରିଥିବା ରାଜସ୍ବ ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ତହସିଲ ପକ୍ଷରୁ ମୋତେ କୌଣସି ସୂଚନା ଦିଆ ଯାଇନଥିବା ସରପଞ୍ଚ ବୟାନ ଦେଇଛନ୍ତି । ଶେଷରେ ବାଧ୍ୟ ହୋଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ସେଥିରେ ୧୧୯ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ କିସମର ପଟ୍ଟା, ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଆଦି କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ସମ୍ପୂର୍ଣ କରୋନା କଟକଣା ନିୟମକୁ ଅବଲମ୍ବନ କରି ପ୍ରଦାନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ପ୍ରଶାସନ ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା । ସରକାରୀ ନିତି ନିୟମକୁ ଅନୁପାଳନ କରି ପଞ୍ଚାୟତର ସମସ୍ତ ଗ୍ରାମବାସିଙ୍କୁ ପୂର୍ବ ସୂଚନା ଦିଆଯାଇଥିଲା ଏବଂ ବହୁ ସଂଖ୍ୟାରେ ଜନସାଧାରଣ ସ୍ୱତ ପ୍ରବୃତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ସରକାରୀ ଯୋଜନାର ଲାଭ ପାଇଥିବା ଅଞ୍ଚଳ ବାସିନ୍ଦା କହିଛନ୍ତି । ଅନ୍ୟପକ୍ଷରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣରେ ସମ୍ପୃକ୍ତ ଥିବା କିଛି ମୁଷ୍ଟିମେୟ ରାଜନେତା ନିଜ ସ୍ୱାର୍ଥ ହାସଲ ପାଇଁ ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ବ୍ଲକର ବୁଦ୍ଧିଜୀବୀ ଓ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Comments (0)
Add Comment