ନିଫା ଦ୍ୱାରା ସହିଦ୍ ଦିବସରେ ରକ୍ତଦାନ ଶିବିର;୨୨ୟୁନିଟ ରକ୍ତ ସଂଗ୍ରହ ।

ଭଞ୍ଜନଗର,୨୩/୦୩(ପିପିଟି); ସହିଦ୍ ଦିବସ ଅବସରରେ ଦେଶ ପାଇଁ ଲଢେଇ କରି ପ୍ରାଣ ହରାଇଥିବା ସହିଦ୍ ଭଗତ ସିଂ,ଜୟୀ ରାଜଗୁରୁ ଓ ଶୁକଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ତଥା ରକ୍ତ ଅଭାବରେ କାହାରିକୁ ମରିବାକୁ ଦେବା ନାହିଁ ସଂକଳ୍ପ ନେଇ ଛଅ ଥର ଗିନିଜ ୱାର୍ଲଡ଼ ରେକଡ କରି ସାରିଥିବା ଜାତୀୟ ସ୍ତରର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଫା ଦ୍ୱାରା ଭଞ୍ଜନଗର ମେଡ଼ିକାଲର ଓଡିଶା ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ କେ.ଏସ୍.ୟୁ.ବି କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ଉଦ୍‌ଘାଟନ କରିଥିଲେ। ନିଫାର ଜିଲ୍ଲା ସଭାପତି ନେତାଜୀ ବିଷୋୟୀ, ଅଲୋଷ୍ଟା ରାଜ୍ୟ ସଭାପତି ତଥା ଭଞ୍ଜନଗର ଏ.ବି.ଇ.ଓ ଜଗବନ୍ଧୁ ଜେନା,ଓଷ୍ଟା ରାଜ୍ୟ ଉପସଭାପତି ତଥା ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା,ନିଫାର ବରିଷ୍ଠ ସଦସ୍ୟ ପଦ୍ମନାଭ ପ୍ରଧାନ,ସୁରେଶ ଚନ୍ଦ୍ର ସ୍ବାଇଁ,ଅନୁପମ ବାନାର୍ଜି, ସମାଜିକ କର୍ମୀ ଶୂଳପାଣୀ ଶତପଥୀ, ଶିକ୍ଷାବିତ ଅଜିତ କୁମାର ଶତପଥୀ,ଶିକ୍ଷୟିତ୍ରୀ ପ୍ରଭାତି ମଞ୍ଜରୀ ବେହେରା,ଅଧ୍ୟାପିକା ଡକ୍ଟର ନଳିନୀ ପ୍ରଭା ଦାସ,ସାମ୍ବାଦିକ ବିଶ୍ବମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସାମାଜିକ କର୍ମୀ ଚିନ୍ମୟ କୁମାର ବେବର୍ତ୍ତା,ସି.ଆର୍.ସି.ସି ତ୍ରିନାଥ ବେହେରା,ଡାକ୍ତର ଗାୟତ୍ରୀ ସାହୁ, ଶିକ୍ଷୟିତ୍ରୀ ମନବିନ ଜେନାଙ୍କ ସମେତ ୨୨ଜଣ ରକ୍ତଦାନ କରିଥିଲେ ।ଏଥିରେ ଭଞ୍ଜନଗର ମହିଳା ବୈଶ୍ୟ ସଂଘର ତଥା ଘୁମୁସର ଲେଖିକା ସଂସଦର ବହୁ ସଦସ୍ୟ ସାମିଲ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ ରକ୍ତଭଣ୍ଡାର ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ସହିଦ୍ ଦିବସରେ ସାରା ଭାରତର ପନ୍ଦର ହଜାର ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ପ୍ରାୟ ନବେ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment