ଯାଜପୁର,୨୩/୦୭(ପିପିଟି ):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବାରବାଟୀ ପଂଚାୟତ ଝାଟିଆ ଗ୍ରାମର ଛାତ୍ର ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶୁଭେଛା ଜଣାଇବା ସହ ଏକ ଲାପଟପ ପ୍ରଦାନ କରିଛନ୍ତି । ସୂଚନା ମୁତାବକ ବାରବାଟି ଝାଟିଆ ଗ୍ରାମର ଚିତରଞ୍ଜନ ଦାସଙ୍କ ପୁତ୍ର ସତ୍ୟରଞ୍ଜନ ଦାସ ଚଳିତ ନିଟ ପରୀକ୍ଷାରେ ଭଲ ନମ୍ବର ରଖି ଉତିର୍ଣ୍ଣ ହୋଇଛନ୍ତି । ଖବର ପାଇ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ତାଙ୍କ ଘରେ ପହଁଚି ସତ୍ୟରଞ୍ଜନକୁ ଶୁଭେଛା ଜଣାଇବା ସହ ତାଙ୍କର ଶୁଭ କାମନା କରିଛନ୍ତି । ଭଲ ପାଠ ପଡି ନିଟ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବାରୁ ସେ ଜଣେ ଭଲ ଡାକ୍ତର ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରନ୍ତୁ ବୋଲି ବିଧାୟକ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହ ଭଲ ପାଠ ପଡୁଥିବାରୁ ସତ୍ୟରଞ୍ଜନଙ୍କୁ ବିଧାୟକ ଶ୍ରୀ ସାହୁ ଏକ ଲାପଟପ ପ୍ରଦାନ କରିଛନ୍ତି ।