ନିଜ ବିଲରୁ କୃଷକଙ୍କ ମୃତ ଦେହ ଉଦ୍ଧାର ଘଟଣା ରହସ୍ୟ ବୃତ୍ତ ।

ହିଞ୍ଜିଳିକାଟୁ,୩୧/୦୮(ପିପିଟି); ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୁଛି । ବୁରୁପଡା ନିକଟସ୍ଥ ପାଳଧୂଆ ଗଡ ନିଜ ବିଲରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଜଣକ ହେଲେ ବୁରୁପଡା ଗ୍ରାମ ପେଣ୍ଠ ସାହିର ଡାକ ବିଷୋୟୀ (୬୫ ) । ତାଙ୍କ ପୁତୁରା ଜିତେନ୍ଦ୍ର ବିଷୋୟୀଙ୍କ ସୂଚନା ପ୍ରକାରେ ସମୋବାର ସକାଳ ୯ଘଣ୍ଟା ସମୟରେ ନିଜ ଧାନ ଜମିରେ ଘାସ ବାଛିବା ନିମନ୍ତେ ଯାଇଥିଲେ । ଘରକୁ ଆସିବାର ବିଳମ୍ବିତ ହେତୁ ନିଜର ଝିଅ ଓ ସ୍ତ୍ରୀ ଉଭୟେ ଧାନ ବିଲକୁ ଯାଇଥିଲେ । ସେଠାରେ ଡାକ ବିଲ ହୁଡା ପାର୍ଶ୍ଵରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ପାଖକୁ ଯାଇ ସେମାନେ ଜାଣିବାକୁ ପାଇଲେ ତାଙ୍କର ମୃତ୍ୟୁ ଘଟିଛି। ପାଖ ବିଲରେ ଥିବା ସାଥି ଭାଇଙ୍କ ସହଯୋଗରେ ଡାକଙ୍କୁ ଉପରକୁ ଉଠାଇ ଆଣିବା ସହ ଥାନାକୁ ସୂଚନା ଦେଇଥିଲେ। ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅସ୍ପଷ୍ଟ କାରଣକୁ ନେଇ ଅପମୃତ୍ୟୁ ମାମଲା ୨୧/୨୦ରେ ମକଦମା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ କେଉଁ କାରଣରୁ ଡାକ ବିଷୋୟୀଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରକାଶ କରିଛି । ରିପୋର୍ଟ – ଅଜିତ କୁମାର ପଟ୍ଟନାୟକ ।

Comments (0)
Add Comment