ନିଜାମୁଦ୍ଦିନରୁ ଫେରନ୍ତାଙ୍କୁ ସରକାରଙ୍କ ନିବେଦନ;୧୦୪କୁ କଲ କରି ଜଣାନ୍ତୁ ।

ଭୁବନେଶ୍ୱର, ୦୪।୦୪: ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତାଙ୍କୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବା ପାଇଁ ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ଲୁଚା ଛପାର ସମୟ ନୁହେଁ। ତେଣୁ ଆପଣମାନେ ଆଗେଇ ଆସି ନିଜ ବାବଦରେ ଆମକୁ ଜଣାନ୍ତୁ ବୋଲି ବାଗଚୀ କହିଛନ୍ତି। ତେବେ କୌଣସି ବ୍ୟକ୍ତି ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି କିମ୍ବା ସେମାନଙ୍କ ସହ କୌଣସି ଲୋକ ସଂସ୍ପର୍ଶରେ ଆସିଛନ୍ତି, ତାହେଲେ ତାଙ୍କ ମାଆ ଓ ଭଉଣୀମାନେ ସେମାନଙ୍କୁ ବୁଝାନ୍ତୁ। ଆଉ ୧୦୪କୁ କଲ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବାଗଚୀ ସୂଚନା ଦେଇଛନ୍ତି ।

Comments (0)
Add Comment