ନିଖୋଜ ଯୁବତୀଙ୍କୁ ଉଦ୍ଧାର କଲା ବେଲଗୁଣ୍ଠା ପୋଲିସ୍ ।

ବେଲଗୁଣ୍ଠା,୨୭/୦୩(ପିପିଟି):ଆଜି ବେଲଗୁଣ୍ଠା ପୋଲିସ୍ ଜଣେ ନିଖୋଜ ଯୁବତୀଙ୍କୁ ଉଦ୍ଧାର କରି ତାର ପରିବାରକୁ ହସ୍ତାନ୍ତର କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ଗତ ଡିସେମ୍ବର ମାସରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗ୍ରାମର ସ୍ମୃତି ନାୟକ (୧୭) ନାମକ ଜଣେ ଯୁବତୀ ଘରୁ କୁଆଡେ ନିଖୋଜ ହୋଇଯାଇଥିବା ନେଇ ଯୁବତୀଙ୍କ ମାଆ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ । ଏନେଇ ବେଲଗୁଣ୍ଠା ଥାନାରେ ୪୩୫/୨୨ ରେ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିଲା ବେଲଗୁଣ୍ଠା ପୋଲିସ୍ । ତେବେ ଯୁବତୀ ଜଣଙ୍କ ଛତିଶଗଡ଼ ରାୟପୁର ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିବା ସୂଚନା ମିଳିବା ପରେ ବେଲଗୁଣ୍ଠା ପୋଲିସ୍ ରାୟପୁରରୁ ସ୍ମୃତିଙ୍କୁ ଉଦ୍ଧାର କରି ଭଞ୍ଜନଗର ଏସଡିଜେଏମ୍ କୋର୍ଟରେ ସ୍ମୃତିଙ୍କ ବୟାନ୍ ରେକର୍ଡ଼ କରି ତାଙ୍କୁ ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment