ନିଖୋଜ ମହିଳାଙ୍କ କଙ୍କାଳ ଉଦ୍ଧାର ।

ଭଞ୍ଜନଗର,୦୫/୧୦(ପିପିଟି);ଗତ ଅଗଷ୍ଟ ମାସ ୧୭ତାରିଖରୁ କୁଲାଡ଼ ଗ୍ରାମର ସ୍ବର୍ଗତ ଉମା ବେହେରାଙ୍କ ପତ୍ନୀ ଭାଗ୍ୟ ବେହେରା ନିଖୋଜ ଥିବାରୁ ଏସମ୍ପର୍କରେ ପୋଲିସ ୩୬/୨୦ରେ ନିଖୋଜ ମାମଲା ଭଞ୍ଜନଗର ଥାନାରେ ରୁଜୁ କରିଥିଲା। ଆଜି କାଶ ପଲ୍ଲୀ ଜଙ୍ଗଲରୁ ଉକ୍ତ ମହିଳାଙ୍କ ହାଡ଼ କଙ୍କାଳ ପୋଲିସ ଠାବ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ.ଏମ.ଟି କୁ ପଠାଇଥିବା ଜଣାପଡ଼ିଛି। ହେଲେ ଭାଗ୍ୟର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ଜଣା ପଡିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Comments (0)
Add Comment