ନିଆଁରେ ପୋଡି ହୋଇ ମହିଳା ଗୁରୁତର ।

ଭଞ୍ଜନଗର,୨୧/୧୨(ପିପିଟି): ଗତ କିଛି ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ସେଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ହେଲେ ମଙ୍ଗଳବାର ସକାଳେ ବେଲଗୁଣ୍ଠା ବ୍ଲକ ତନରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଏହି ଗ୍ରାମର ମୃତ କାଳିଆ ଡାକୁଆଙ୍କ ପତ୍ନୀ ରୀନା କୁମାରୀ ଡାକୁଆ(୪୨) ନିଆଁ ପୋଉଁଥିବା ବେଳେ ଅସାବଧାନତା କାରଣରୁ ନିଆଁ ଛିଟକି ଲୁଗାରେ ପଡିଥିଲା।ଫଳରେ ରୀନାଙ୍କ ଶରୀରର ପ୍ରାୟ ୭୦ଭାଗ ପୋଡି ଯାଇଥିଲା। ପରିବାର ଲୋକ ତାଙ୍କ ଚିତ୍କାର ଶୁଣି ଲୁଗାକୁ ଶରୀରରୁ ଅଲଗା କରିଥିଲେ ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ପ୍ରାଥମିକ ଚିକିତ୍ସା ପରେ ଥିବାରୁ ତାଙ୍କୁ ଏଠାରୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment