ଭଞ୍ଜନଗର, ୧୨/୦୫(ପିପିଟି): ୧୫୭ନଂ ଜାତୀୟ ରାଜପଥ ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ମୁଜାଗଡ଼ ବୁଦୁଲି ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ପୋଲ ଫ୍ୟାକ୍ଟ୍ରି ନିକଟରେ ଆଜି ଅପରାହ୍ନ ସମୟରେ ଇଣ୍ଡିଗୋ ସିଏସ କାର ଦୁର୍ଘଟଣାରେ ୨ଜଣ ଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ଜଣ ସାମାନ୍ୟ ଆହତ ହୋଇଛନ୍ତି।ମୁଜାଗଡ଼ ନିକଟ ନିଧିଆ ପଲି ଠାରେ ମନ୍ଦିର ପ୍ରତିଷ୍ଠା ଅବସରରେ ନାମ ଯଜ୍ଞର ଆୟୋଜନ କରାଯାଇଥିଲା।ଏହାକୁ ଦେଖି ସାରି ୪ଜଣ ବନ୍ଧୁ ସେଠାରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ କାରଟି ଦୁର୍ଘଟଣା ଘଟି ରାସ୍ତା କଡରେ ଓଲଟି ପଡ଼ିଥିଲା।ଫଳରେ ବେଲଗୁଣ୍ଠା ଖଜୁରୀ ପଲିର ଜିତୁନ ବାଡ଼ତ୍ୟା (୨୨) ଓ ବେଲଗୁଣ୍ଠାର ମନୋଜ ପ୍ରଧାନ (୨୩)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବିଡ଼ିପୁରର ସୁବାସୀଷ ପ୍ରଧାନ ଓ ଦେବାଶିଷ ବିଷୋୟୀ ସାମାନ୍ୟ ଆହତ ହୋଇଛନ୍ତି।ଖବର ପାଇ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦ୍ବୟଙ୍କୁ ଉଦ୍ଧାର କରିବା ସହ ମୃତଦେହ ଜବତ କରି ଭଞ୍ଜନଗର ମେଡ଼ିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠେଇଛି।ଆହତ ଦ୍ୱୟ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ରିପୋର୍ଟ- ( ଜେ. କେ ପଟ୍ଟନାୟକ)