ବୋଲଗଡ଼,୧୮/୦୯(ପିପିଟି); ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଥାନା ଅନ୍ତର୍ଗତ ଫତେଗଡ ଗାଆଁର ବିଶ୍ଵନାଥ ପ୍ରଧାନଙ୍କ ଜଣେ ନାବାଳିକା ଝିଅ ପ୍ରତିକ୍ଷା(୧୫)କୁ ସେହି ଗାଁର ସଦା ଦାସଙ୍କ ପୁଅ ନାଲୁ ଦାସ(୨୦) ପ୍ରେମକରୁଥିଲେ କିନ୍ତୁ ନାଲୁ ପ୍ରତିକ୍ଷାକୁ ମିଛରେ ଡାକିନେଇ ଜଙ୍ଗଲରେ ଦୁଷ୍କର୍ମକରୀ ଥଣ୍ଡାରେ ବିଷଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରୀର ଚିକିତ୍ସା ନିମନ୍ତେ ପରିବାର ଲୋକେ ଗୁରୁବାର ଦିନ ଅପରାହ୍ନ ୧ଟାବେଳେ ଭାପୁରୁ ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖୋର୍ଦ୍ଧା ଥନାରେ ଅପମୃତ ମାମଲାରୁଜୁ କରାଯାଇଛି । ତେବେ ଫତେଗଡ ଥାନାରେ ଝିଅର ପରିବାର ପକ୍ଷରୁ ହତ୍ୟା କରଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି। ତେବେ ପୁଅ ମଧ୍ୟ ବିଷଖାଇ ଭାପୁର ମେଡିକାଲରେ ଚିକିତ୍ସା ହେବା ପରେ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ ହେବା ଜଣାଯାଇଛି । ତେବେ ଏହି ଘଟଣାକୁ ନେଇ ଝିଅର ପରିବାର ଲୋକେ ସନ୍ଦେହ କରି ନାବାଳିକା ଝିଅର ମୃତଦେହକୁ ରାସ୍ତା ଉପରେ ରଖି କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ କରିଥିଲେ ଫତେଗଡ ପୋଲିସ ଶୀଘ୍ର ତଦନ୍ତକରି ଯୁବକକୁ ଗିରଫ କରିବେବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)