ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣା ରେ ୪ଯୁବକ ଗିରଫ ।

ଭଞ୍ଜନଗର,୧୩/୦୨(ପିପିଟି); ଭଞ୍ଜନଗର ଥାନା ଅଞ୍ଚଳରେ ଗତ ୮ତାରିଖରେ ଘଟିଥିବା ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଘଟଣାରେ ଭଞ୍ଜନଗର ପୋଲିସ ସ୍ଥାନୀୟ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।ଉକ୍ତ ଦିନ ନାବାଳିକା ଜଣକ କମ୍ପୁଟର କ୍ଲାସ ସାରି ନିଜର ଜଣେ ସହପାଠୀ ସହ ନିଛାଟିଆ ସ୍ଥାନରେ ଠିଆ ହୋଇ କଥା ହେଉଥିବା ବେଳେ ୨ଟି ବାଇକ ରେ ହାଠାତ୍ ୪ଜଣ ଯୁବକ ଆସି ସେମାନଙ୍କୁ ଗାଳି ଗୁଳଜ କରିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ମୋବାଇଲ ଛଡାଇ ନେଇ ଥିଲେ। ସେଥି ମଧ୍ୟରୁ ଜଣେ ଯୁବକ ସେହି ନାବାଳିକା କୁ ଜୋର ଜବରଦସ୍ତ ଟାଣି ଟାଣି ନେଇ କିଛି ଦୂରକୁ ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା।ଏହି ଘଟଣାର ଅନ୍ୟମାନେ ଭିଡ଼ିଓ ଉତ୍ତୋଳନ କରି ଥିଲେ। ଘଟଣା ସମ୍ପର୍କରେ କାହା ଆଗରେ ପ୍ରକାଶ କଲେ ଭିଡ଼ିଓ ଭାଇରାଲ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ଏହାପରେ ସେହି ଯୁବକ ମାନେ ନାବାଳିକା ଘରକୁ ଫୋନରେ ବ୍ଲାକ ମେଲିଙ୍ଗ କରି ଅର୍ଥ ଦାବୀ କରିଥିଲେ। ଶେଷରେ ବାଧ୍ୟ ହୋଇ ନାବାଳିକା ଜଣକ ତାର ମାଆଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ଗତ ୧୦ତାରିଖ ଦିନ ଝିଅର ମାଆ ଆସି ଭଞ୍ଜନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣ ଯୁବକ ଅମୀୟ କୁମାର ମହାନ୍ତି, ବବୁଲ ପ୍ରଧାନ, ପ୍ରଦ୍ୟୁମ୍ନ ଦୋରା ଓ ଆଶିଷ କୁମାର ସ୍ୱାଇଁକୁ ଗିରଫ କରିଛି।ଏହି ଘଟଣାରେ ଭଞ୍ଜନଗର ଥାନାରେ କେଶ ନଂ ୪୯/୨୧ରେ ଏକ ମାମଲା ରୁଜ୍ଜୁ କରି ଦଫା ୩୬୩,୩୭୬ (ଡ଼ି),୩୮୪,୩୨୩,୫୦୬,୩୫୪ (ବି) ଓ ୩୪ ଆଇପିସିରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment