ନାବାଳିକାକୁ ଅସଦାଚରଣ ଅଭିଯୋଗ ରେ ଯୁବକକୁ କୋର୍ଟ ଚାଲାଣ ।

ବାଲିଗୁଡା,୧୫/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଗାଁର ଗୁରୁମାହା ସାହିର ଜୟୀ ପ୍ରଧାନ ଙ୍କ ପୁଅ ଅଚ୍ୟୁତ ପ୍ରଧାନ (୩୦)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସୁଚନା ଅନୁଯାୟୀ ଏକ ୧୦ ବର୍ଷର ନାବାଳିକାକୁ ଅଚ୍ୟୁତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗକୁ ଭିର୍ତ୍ତି କରି କ. ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ପରେ କେଶ ନଂ.୧୦/୨୧ ଅଣ୍ଡର ସେକ୍ସନ ୩୪୧/୩୪୨/୫୦୬/୩୨୩/ ୩୫୪- ଡି ଆଇ ପି ସି ୮ ର ପୋସ୍କୋ ଧାରା ଅନୁସାରେ ଅଚ୍ୟୁତ କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ କରିବା ପାଇଁ ଏସ.ଆଇ ପି. ସି.ପ୍ରଧାନ ଦାୟିତ୍ୱରେ ଥିବା ବିଷୟ କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ପ୍ରଦାନ କରିଛନ୍ତି l
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment