ନାତି ଜାଳି ଦେଲା ଅଜା ଘର; ଥାନାରେ ୨ଅଟକ ।

ନୀଳଗିରି,୦୩/୦୧: ଅଜା ଖାଇ ପିଇ ଶୋଇଥିବା ସମୟରେ ଘରେ ନିଆଁ ଲଗାଇ ଦେଲା ନାତି । ଏପରିକି ସ୍ଥାନୀୟ ଲୋକଙ୍କୁ ନିଆଁ ଲିଭାଇବାକୁ ନଦେଇ କୁରାଢ଼ି ଧରି ଗୋଡ଼ାଇଥିବା ଅଭିଯୋଗ ହୋଇଛି । ଏନେଇ ନୀଳଗିରି ପୁଲିସ ୨ନାତିଙ୍କୁ ଥାନାରେ ଅଟକ ରଖିଛି । ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ୧୧ନଂ ୱାର୍ଡ଼ ଅଧୀନ ବାଣପୁର ଅଞ୍ଚଳର ଜୟରାମ ଦଳେଇ(୭୦) ଘରେ ଶୋଇଥିଲେ । କୌଣସି କଥାରେ ବଚସା ହୋଇ ତାଙ୍କ ଘରେ ରହୁଥିବା ନାତି ମାଧ ବିଶ୍ୱାଳ ରାତି ପ୍ରାୟ ୧୦ଟା ସମୟରେ ଅଜାଙ୍କ ଚାଳ ବଖରା ଘରେ ନିଆଁ ଲଗାଇ ଦେଇଥିଲା । କୁରାଢ଼ି ଧରି ଘରେ ସମ୍ମୁଖରେ ହୋହଲ୍ଲା କରି ଲୋକଙ୍କୁ ନିଆଁ ଲିଭାଇବାକୁ ଦେଇନଥିଲା । ଅଗ୍ନିକାଣ୍ଡ ଯୋଗୁ ବୃଦ୍ଧଙ୍କ ୩ବଖରା ଘର ସମେତ ସମସ୍ତ ଆସବାବପତ୍ର ଭସ୍ମୀଭୂତ ହୋଇଯାଇଛି । ଖବରପାଇ ନୀଳଗିରି ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ପୁଲିସ ପହଞ୍ଚି ନାତି ମାଧ ବିଶ୍ୱାଳ ଓ ଗଣେଶ ବିଶ୍ୱାଳକୁ ଥାନାରେ ଅଟକ ରଖିଛି ।

Comments (0)
Add Comment