ନାଏବ ସରପଞ୍ଚ ଭାରପ୍ରାପ୍ତ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ।

ପଦ୍ମପୁର,୦୭/୦୯(ପିପିଟି); ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ତା-୦୭/୦୯/୨୦୨୦ ରିଖ ସକାଳ ୧୦ ଘଣ୍ଟା.୩୦ ମିନିଟ ସମୟରେ ସରକାରୀ ନିଦ୍ଦେଶାନୁଯାୟୀ ଟେମରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ଗ୍ରାମପଂଚାୟତ ର ୱାର୍ଡ ସଭ୍ୟ ଓ ସଭ୍ୟା ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧି ହୃଦାନନ୍ଦ ବାରିକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଟେମରୀ ଗ୍ରାମପଂଚାୟତ ର କାର୍ଯ୍ୟନିର୍ବାହି ଅଧିକାରୀ ଦେବାଶିଷ ଲୁହାଙ୍କ ଠାରୁ ଏଠାକାର ନାଏବ ସରପଞ୍ଚ ଶଶୀ ବନଛୋର ଦାୟିତ୍ୱ ଗ୍ରହଣ କରିଛନ୍ତି । ତତ୍ ସଙ୍ଗେସଙ୍ଗେ କେସବୁକ୍ ରେ ଲିପିବଦ୍ଧ ଥିବା କେନ୍ଦ୍ରୀୟ ଅନୁଦାନ ରାଶି ମୋଟ ଟ-୫୫,୩୮,୫୭୫ଙ୍କା,ରାଜ୍ୟ ଅନୁଦାନ ରାଶି ମୋଟ ଟ-୧୭,୧୪,୭୫୬ଙ୍କା,ଗ୍ରାମପଂଚୟତ ନିଜସ୍ୱ ପାଣ୍ଠି ମୋଟ-ଟ ୧,୪୩,୨୦୩ଙ୍କା ଏବଂ ଭତ୍ତାଟଙ୍କା ମୋଟ-ଟ୨୦,୧୦୦ଙ୍କା ହିସାବ ଅନୁସାରେ ସର୍ବମୋଟ ୭୪ଲକ୍ଷ୧୬ ହଜାର ୬୩୪ଟଙ୍କା ମାତ୍ର ବୁଝି ନେଲେ । ଜିଲ୍ଲାପାଳଙ୍କ ଚିଠି ନମ୍ବର ୬୯୬/ଜିପି ତା ୪/୯/୨୦୨୦ ଅନୁସାରେ ସରପଞ୍ଚ ଶ୍ରୀମତୀ ସିଂହଙ୍କୁ ଧାରା ୧୧୫ର ଉପଧାର ୨, ଓପିଜି ଆକ୍ଟ-୧୯୬୪ ଆଧାରରେ ନିଳମ୍ବିତ କରାଯାଇଛି। ଏ ଅବସର ୱାର୍ଡ ମେମ୍ବର ଅମୃତଲାଲ ଠାକୁର,ସବିତା ଘିବଲା,ସସ୍ମିତା ପାଣିଗ୍ରାହୀ,ପଦ୍ମିନୀ ମିର୍ଦ୍ଧା,ମୁନୀ ସୁନା,ରାଜ କୁମାର ବରିହା,ନାରୀ ନେତ୍ରୀ ସସ୍ମିତା ଯୋଶୀ, ଶକୁନ୍ତଳା ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment