ନଶା ମୁକ୍ତ ଭାରତ ଅଭିଯାନ କମିଟି ବୈଠକ ।

ନଶା ମୁକ୍ତ ଭାରତ ଅଭିଯାନ କମିଟି ବୈଠକ, ସଚେତନତା କୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର ,୦୬/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ବୈଠକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ବୈଠକରେ ସ୍ବାଗତ କରିଥିଲେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକାରିତା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା କୁ କିପରି ତୃଣମୂଳ ସ୍ତରରୁ ନଶା ମୁକ୍ତ କରାଯିବ ସେ ବିଷୟରେ ଗମ୍ଭୀରତାର ସହ ଆଲୋଚନା କରାଯାଇଛି । ବୈଠକରେ ଯୋଗଦେଇଥିବା ବିଭିନ୍ନ ବିଭାଗର ଅଧିକାରୀ, ଏନ.ଜି.ଓ କର୍ମକର୍ତ୍ତା ତଥା ସଦସ୍ୟ ସଦସ୍ୟା ମାନେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍କୁଲ ଓ କଲେଜ ସ୍ତରରେ ଶିକ୍ଷକ, ଛାତ୍ର ଛାତ୍ରୀ, ସ୍କୁଲ କମିଟି ଏବଂ ଅଭିବାବକ ମାନଙ୍କୁ ନେଇ ବିଶେଷ ବୈଠକ ମାଧ୍ୟମରେ ସଚେତନତା କରିବା ସହ ଆବଶ୍ୟକ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନିଆଗଲା । ନଶାର କୁପ୍ରଭା ଉପରେ ଆଲୋଚନା ଏବଂ ସଚେତନତା ପାଇଁ ବିଦ୍ୟାଳୟ ଗୁଡ଼ିକରେ ଛାତ୍ର କ୍ଲବ ଗଠନ କରାଯାଇ ତୃଣ ମୂଳ ସ୍ତରରେ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବାକୁ ଗୁରୁତ୍ୱାରୋପ କରାଯାଇଛି l ମାଷ୍ଟର ଭୋଲେଣ୍ଟିଆର ମାନଙ୍କ ଦ୍ବାରା ନିଶା ରେ ପୀଡିତ ଏବଂ ବ୍ୟବହାରକାରୀଙ୍କ ଚିହ୍ନଟ କରି ସେମାନଙ୍କୁ ପରାମର୍ଶ ଏବଂ ଚିକିତ୍ସା ପାଇଁ ପୁନର୍ବାସ କେନ୍ଦ୍ର ଏବଂ ଚିକିତ୍ସାଳୟ ନେବା ପାଇଁ ଆବଶ୍ୟକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି l ଜିଲ୍ଲାର ତୃଣ ମୂଳ ସ୍ତରରୁ ଏହି ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ପଂଚାୟତ ସ୍ତରରୁ ବ୍ଲକ ସ୍ତର ଏବଂ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗରେ ଆବଶ୍ୟକ ସଚେତନତା ନିମନ୍ତେ ପି ଆର ଆଇ ପ୍ରତିନିଧି, ଏସ ଏଚ ଜି ସଦସ୍ୟା ବୃନ୍ଦ, ସାମାଜିକ ଅନୁଷ୍ଠାନ, ବିଶିଷ୍ଠ ବ୍ୟକ୍ତି ବିଶେଷ ଙ୍କମାଧ୍ୟମରେ କିପରି ସମ୍ପୂର୍ଣ ନିଶା ମୁକ୍ତ କରାଯିବ ସେ ଉପରେ ଆଲୋଚନା କରାଗଲା । ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଏହି ନିଶା ମୁକ୍ତ ଭାରତ ଅଭିଯାନ କୁ ଜିଲ୍ଲାରେ ସଫଳ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି l ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ କୁମାର କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଡି.ଏସ.ପି ଶ୍ରୀଯୁକ୍ତି ପ୍ରତାପ କୁମାର ରଣା, ଡି.ପି.ଇ.ଓ ଶ୍ରୀଯୁକ୍ତ ସତ୍ୟନାରାୟଣ ତ୍ରିପାଠୀ, ଡି.ଆଇ.ଏଣ୍ଡ ପି.ଆର. ଓ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଭୋଇ, ପ୍ରୋଗ୍ରାମ ଅଧିକାରୀ ଅନିତା ଗୁରୁ, ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ସଂଯୁକ୍ତା ମାଝୀ, ସମସ୍ତ ବିଏସଏସଓ ସହ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଏନ.ଜି.ଓ, ସମାଜସେବୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ସଭାରେ ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷା ପୁରୋହିତ, ଗୁପ୍ତେଶ୍ବର ପଧାନ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment