ନରେନ୍ଦ୍ରପୁର ପଞ୍ଚାୟତରେ ଗଡିଲା ଶିକ୍ଷା ସଚେତନତା ରଥ ।

ରାଜସୁନାଖଳା,୧୯/୦୬(ପିପିଟି):ରଣପୁର ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ବ୍ଳକଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ ଶିକ୍ଷା ସଚେତନତା ରଥକୁ ନରେନ୍ଦ୍ରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ବିଡିଏ ବିଦ୍ୟାପୀଠ ନରେନ୍ଦ୍ରପୁର ହାଇସ୍କୁଲ ତରଫରୁ ସ୍ୱାଗତ କରାଯାଇଥିଲା। ଉଭୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ଶିକ୍ଷାରଥ ସ୍ୱାଗତଂ ନାରାଦେଇ ଏହାକୁ ସ୍ୱାଗତ କରିଥିଲେ। ସାଧନା କେନ୍ଦ୍ରର ସଂପାଦକ ପବିତ୍ର ମୋହନ ସାମନ୍ତରାୟ ,ପ୍ରଧାନଶିକ୍ଷକ ମନୋଜ କୁମାର ଗୁମାନସିଂହ, ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ଦେଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ସାମନ୍ତ ସିଂହାର ଓ ପ୍ରଦୀପ ଓଝା ପ୍ରମୁଖ ଅଭିଭାବକ ମାନେ ଏହିରଥକୁ ସ୍ୱାଗତ କରିବା ସହିତ କରୋନା ସମୟରେ ପିଲାମାନେ ଶ୍ରେଣୀ ଗୃହରେ ପାଠପଢାରୁ ବଞ୍ଚିତ ହେଉଥିଲେ ତେଣୁ ବିଦ୍ୟାଳୟକୁ ପିଲାମାନେ ଆସି ପ୍ରତକ୍ଷଭାବେ ପାଠପଢିବାକୁ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment