ନବ ବଧୂକୁ ହତ୍ୟା ପରେ ଜୁଇରୁ ଦରପୋଡ଼ା ଶବ ଉଦ୍ଧାର ଘଟଣାରେ ଛଅ ଜଣ ଗିରଫ ।

ବେଲଗୁଣ୍ଠା,୨୨/୦୫(ପିପିଟି);ଗାଙ୍ଗପୁର ଥାନା ଖାରୀଗୁଡା ଗ୍ରାମରେ ଗତ ୨୦ ତାରିଖରେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରିବାପରେ ପ୍ରମାଣ ନଷ୍ଟ ପାଇଁ ସ୍ମଶାନ ରେ ଶବଦାହ କରୁଥିବା ସମୟରେ ପୋଲିସ ପହଂଚି ଦରପୋଡ଼ା ଶବକୁ ଉଦ୍ଧାର କରିଥିବା ଘଟଣାରେ ଆଜି ସ୍ୱାମୀଙ୍କ ସହ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୁତ ଏକ ହାତୁଡା ସହ ଦା କୁ ଜବତ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଖାରୀଗୁଡା ଗ୍ରାମର ସ୍ୱାମୀ ପିଣ୍ଟୁ ଗୌଡ଼,ଶାଶୁ କୁସୁମଲତା ଗୌଡ଼,ଶଶୁର ଶତ୍ରୁଘନ ଗୌଡ଼,ଦେଢଶୁର ଦୀନବନ୍ଧୁ ଗୌଡ଼,ମାମୁ ଶଶୁର ସୁଶାନ୍ତ ଗୌଡ଼ ଓ ସମ୍ପର୍କୀୟ ସୁକୁରୁ ଗୌଡ଼। ମକରାପଲ୍ଲୀ ଗ୍ରାମର ସତ୍ୟ ନାରାୟଣଙ୍କ ବଡ ଝିଅ ଶିବାନି ଗୌଡ଼ ଏକ ବର୍ଷ ପୂର୍ବରୁ ଖାରିଗୁଡ଼ା ଗ୍ରାମର ପିଣ୍ଟୁ ଗୌଡ଼ଙ୍କୁ ବିବାହ କରିଥିଲେ।ପିଣ୍ଟୁ ଘର ଲୋକେ ଅଧିକ ଯୌତୁକ ବାପ ଘରୁ ଆଣିବା ପାଇଁ ଦାବି କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ।ଗତ ୧୯ ତାରିଖ ବିଳମ୍ବିତ ରାତିରେ ଶିବାନିର ଶାଶୁଘର ଲୋକେ ସମସ୍ତେ ମିଶି ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରିବା ପରେ ବାରି ପଟ କୂଅରେ ପକାଇ ଦେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଶାଶୁ ଘର ଲୋକେ ଭୋର ସମୟରୁ କୂଅରୁ ବାହାର କରି ସ୍ମଶାନକୁ ନେଇ ଶବ ପଡୁଥିବା ସମୟରେ ଶିବାନିର ବାପା ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ।ପୋଲିସ ପହଞ୍ଚି ଦରପୋଡ଼ା ଶବକୁ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରି ଶାଶୁଘର ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment