ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୋଲଗଡ଼ ୧୯ଟି ପଞ୍ଚାୟତର ଚାଷୀମାନଙ୍କୁ ନେଇ ପ୍ରସ୍ତୁତ ବୈଠକ।

ବୋଲଗଡ଼,୦୧/୦୭(ପିପିଟି):ବୋଲଗଡ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ସାଧାରଣ ବୈଠକ ନନ୍ଦିଘୋଷ ଭବନ ନିକଟ ପଡ଼ିଆ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ମାଣ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁରେଶ ମାନସିଂହ ଓ ସମାଜସେବୀ ତଥା ଜନ ଅଧିକାର ମଞ୍ଚ ଆବାହକ ଅକ୍ଷୟ ରାଉତରାୟଙ୍କ ଆହ୍ଵାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସକ୍ରିୟ ସଦସ୍ୟ ଦିଲ୍ଲୀପ କୁମାର ଯତିଙ୍କ ସଭାପତିତ୍ୱରେ ବୋଳଗଡ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତର ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇଥିଲେ। ଜୱାଦ କ୍ଷତି ପୂରଣ ତୁରନ୍ତ ପ୍ରଦାନ, ବିଦ୍ୟୁତ୍ ବିଭାଗର ମନମାନି ଓ ଟାଟା ପାୱାରକୁ ଖୁବ୍ ଶୀଘ୍ର ହଟାଇବା,ଧାନ ମଣ୍ଡିରେ ଧାନ କାଟ୍ ଛାଟ୍ ନୀତି, ଗେଲ ଇଣ୍ଡିଆର ଜମି ଅଧିଗ୍ରହଣର ଚାଷୀଙ୍କୁ ତୁରଂତ ଅର୍ଥ ପ୍ରଦାନ,୨୦୨୦/୨୧ ର ବୀମା କମ୍ପାନୀ ଚାଷୀଙ୍କୁ ବୀମା ରାଶି ତୁରନ୍ତ ପ୍ରଦାନ କରିବା ଆଦି ସଂପର୍କରେ ନିର୍ମାଣ ଶ୍ରମିକ ସଂଗଠନର ସଦସ୍ୟ ମାନେ ଗର୍ଜି ଥିଲେ। ଆଗାମୀ ଦିନରେ ରଜ୍ୟ ସରକାର ଏହି ଦାବି ଗୁଡ଼ିକ ପୂରଣ ନ କଲେ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ।ଏଥିରେ ବୋଲଗଡ ବ୍ଲକ ସଂଯୋଜକ ଜୟନ୍ତ ଷଡ଼ଙ୍ଗୀ, କାହ୍ନୁ ବେହେରା, ଲକ୍ଷ୍ମଣ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିଷ୍ପେସିତ, ନିରୀହ କୃଷକ ମାନଙ୍କ ସମସ୍ୟା ଦୂର କରିବା ପାଇଁ କୃଷକ ନେତାକୁ ଦୃଢ଼ ସମର୍ଥନ କରିବା ସହିତ ରାଜ୍ୟରେ କୃଷକ ସରକାରକୁ ସମର୍ଥନ କରିବା ପାଇଁ ସମସ୍ତ ନବ ନିର୍ମାଣ ଶ୍ରମିକ ସଂଗଠନର ସଦସ୍ୟ ମାନେ ସଂକଳ୍ପ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment