ଭଞ୍ଜନଗର,୧୭/୦୨(ପିପିଟି): ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ଭଞ୍ଜନଗର ସ୍ଥିତ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୨-୨୩ ଠାରୁ ନବମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ଚିଠି ନଂ-୪୯୨୩/୨୩ ପ୍ରକାରେ ଗତ ୧୫ତାରିଖରେ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଅନ୍ୟ ବିଦ୍ୟାଳୟ ମାଧ୍ୟମରେ ପରୋକ୍ଷ ଭାବେ ବୋର୍ଡ ପରୀକ୍ଷା ଦେଇ ଆସୁଥିଲେ। ଯାହାକୁ ନେଇ ଅନେକ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲା। ଚଳିତ ବର୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସିଧାସଳଖ ଭାବେ ପରୀକ୍ଷା ଦେବାର ସୁଯୋଗ ପାଇଥିବାରୁ ବିଦ୍ୟାଳୟର ସମସ୍ତ ଛାତ୍ର,ଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ, ଅଭିଭାବକଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି।ବିଦ୍ୟାଳୟର ସଭାପତି ଶୂଳପାଣି ଶତପଥୀ, ଅଧ୍ୟକ୍ଷ ଅଜିତ କୁମାର ଶତପଥୀ, ପରିଚାଳନା କମିଟିର ସଭ୍ୟ ସାନ୍ତନୁ ତ୍ରିପାଠୀ ଓ ସଦସ୍ୟା ବାସନ୍ତି ରାଉତ ରାଜ୍ୟ ସରକାର ଓ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )