ନନ୍ଦିଘୋଷେର ସାରସ୍ଵତ ସମାରୋହ ଓ ମକର ମିଳନ ଉତ୍ସବ ବୁଢ଼ୀ ଭୁଇଆଁଣି ଓ ମଣ୍ଡନଗିରି ରେ ମହା ଆଡ଼ମ୍ବରରେ ପାଳିତ ।

ବୋଲଗଡ଼,୧୫/୦୧(ପିପିଟି): ବୋଲଗଡ଼ର ଅଗ୍ରଣୀ କଳା ସାହିତ୍ୟ ସଂlସ୍କୃତିକ ଅନୁଷ୍ଠାନ ନନ୍ଦିଘୋଷର ବାର୍ଷିକ ସାରସ୍ଵତ ସମାରୋହ ଅବସରରେ ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ନନ୍ଦିଘୋଷ ନିଜସ୍ଵ ଭବନ ଠାରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଯାଇଛି ।ପୂର୍ବାହ୍ନ ଅଧିବେଶନରେ ସାହିତ୍ୟ ଚର୍ଚ୍ଚାକୁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଚିଲିକା ର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଙ୍କ ସଭାପତିତ୍ବରେ ଏହି ସାରସ୍ଵତ ସମାରୋହ କୁ ବିଶିଷ୍ଟ ଶିକ୍ଷାବିତ୍ କବି ଓ ସାହିତ୍ୟିକ ଶ୍ରୀଯୁକ୍ତ ଅମିୟ ପାଣ୍ଡବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାହିତିକ ଡଃ ସୁରେଶ ଛୋଟରାୟ , କବି ନିର୍ମଳ ଚନ୍ଦ୍ର ସୁରଦେଓ ,ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ ଥିଲେ ।ଅନୁଷ୍ଠାନର ଉପସଭାପତି ହରିବନ୍ଧୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ଗୁଣନିଧି ହୋତା ବିବାରିଣୀ ପାଠ କରିଥିଲେ । ଏହି ଉପଲକ୍ଷେ ଫକୀର ମୋହନ ସେନାପତି ଆଜି ତାଙ୍କର ଜୟନ୍ତୀ ଥିବାରୁ ତାଙ୍କ ସାହିତ୍ୟ କୃତି ଉପରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ କବି ମାନଙ୍କର ନିଜସ୍ଵ କବିତା ମାନ ପାଠ କରାଯାଇଥିଲା ।ଏହାକୁ କ୍ଷଣ ପ୍ରଭାକର ଓ ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିଲେ।ଶେଷରେ ନନ୍ଦିଘୋଷ ର ସଭ୍ୟ ସନାତନ ପାଟଶାଣି ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅନୁରୂପ ଭାବେ ବୋଲଗଡ଼ର ମା ବୁଢୀ ଭୂୟାଁଣୀ ଙ୍କ ପୀଠରେ ପଞ୍ଚମ ମକର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ଏହି ଅବସରରେ ମା ଙ୍କ ପୀଠରେ ଅଧିବାସ,ହୋମ ନାମ ସଂକୀର୍ତ୍ତନ ଓ ମକର ଚାଉଳ ଓ ଚସୁମୀ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୃଷ୍ଠପୋଷକ ଭାବେ ଗୌରାଙ୍ଗ ଚମ୍ପତି,ବଳରାମ ମାର୍ଥା, ଶ୍ୟାମସୁନ୍ଦର ପ୍ରଧାନ, ଭରତ ବାହୁବଳେନ୍ଦ୍ର, ଜଗନ୍ନାଥ ସିଂ ପ୍ରମୁଖ ଆୟୋଜନ କରିଯାଇଥିଲେ। ସେହିପରି ବୋଲଗଡ଼ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଣ୍ଡନଗିରି ବା ମୁଣ୍ଡିଆପଡା ର ରଘୁନାଥ ଦେବଙ୍କ ପୀଠରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସେଠାରେ ବାବା ପ୍ରଗ୍ନ୍ୟାନନ୍ଦ ମହାରାଜା ଙ୍କ ତତ୍ୱାବଧାନରେ ପୂର୍ବାହ୍ନ ରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଠକରାଯାଇ ମକରସଂକ୍ରାନ୍ତି ଅବସରରେ ମକର ଚାଉଳ ଲାଗି କରାଯାଇଥିଲା। ଏହି ମକର ମିଳନ ରେ ବିଭିନ୍ନ ଅଞ୍ଚଳରୁ ସତାଧିକ ଶ୍ରଦ୍ଧାଳୂ ସମାଗମ ହୋଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment