ନକ୍ସଲ ଓ ଯବାନଙ୍କ ମଧ୍ଯରେ ଗୁଳି ବିନିମୟ;୨୨ ଜଣ ଯବାନ ସହିଦ, ୩୧ ଜଣ ଯବାନ ଗୁରୁତର ଆହାତ ।

ମାଲକାନଗିରି,ତା:୦୪/୦୪(ପିପିଟି);ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ ରାଜ୍ଯର ବିଜାପୁର ଜିଲ୍ଲା ଅନ୍ତର୍ଗତ ସିଲଗେର ଜଙ୍ଗଲରେ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ଜଣ ଆହତ ହୋଇଛନ୍ତି । ଏବେ ମଧ୍ଯ ଅନେକ ଯବାନ ଜଙ୍ଗଲରେ ନିଖୋଜ ଥିବା ସୂଚନା ଦେଇଛି ଛତିଶଗଡ ପୋଲିସ ।ପ୍ରାପ୍ତ ସୂଚନା ଅନୁସାରେ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ସିଲଗେର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ସେଠାରେ ଡିଆରଜି ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ମିଳିତ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଫଳରେ ନକ୍ସଲପନ୍ଥୀମାନେ ସୁରକ୍ଷାବାହିନୀଙ୍କ ଉପରେ ଗୁଳି ବର୍ଷଣ କରିଥିଲେ । ଏଥିରେ ୨୨ ଯବାନ ସହିଦ ହୋଇଥିବା ବେଳେ୩୧ ଜଣ ଯବାନ ଗୁରୁତର ଆହାତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ରହିଥିବା ଜଣା ପଡିଛି ;ଏବେ ବି ଅନେକ ଯବାନ ଜଙ୍ଗଲରେ ନିଖୋଜ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ବହୁ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଏହି ଗୁଳିବିନିମୟରେ ଅନେକ ନକ୍ସଲ ମୃତାହତ ହୋଇଥିବା କୁହାଯାଇଥିବ ବେଳେ କେବଳ ଜଣେ ମାତ୍ର ମହିଳା ନକ୍ସଲଙ୍କ ମୃତଦେହକୁ ସ୍ଥାନିୟ ପୋଲିସ ଜବତ କରିଛି। ଏନକାଉଣ୍ଟରରେ ଆହତ ହୋଇଥିବା ୩୧ ଜଣ ଯବାନଙ୍କ ମଧ୍ୟରୁ ୨୩ ଜଣ ବିଜାପୁର ଡାକ୍ତରଖାନା ଓ ୮ ଜଣଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ କଥା ହୋଇଛନ୍ତି । ଏହା ସହିତ ଶାହା ମଧ୍ୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ମହାନିର୍ଦ୍ଦେଶକଙ୍କୁ ଛତିଶଗଡ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୋଲିସ ମହାନିର୍ଦ୍ଦେଶକ କୁଲଦୀପ ସିଂ ଛତିଶଗଡରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି । ଏହି ଅପରେସନରେ ୫ ଶହ ସୁରକ୍ଷାକର୍ମୀ ନିୟୋଜିତ ଥିବା ପୋଲିସ କହିଛି । ବର୍ତ୍ତମାନ ମଧ୍ଯ ଜଙ୍ଗଲରେ ତଦନ୍ତ ଜାରି ରହିଛି । ନିଖୋଜ ଯବାନଙ୍କୁ ଉଦ୍ଧାର କରାଯିବା ଲାଗି ଉଦ୍ଯମ ଅବ୍ଯାହତ ରହିଛି । ଛତିଶଗଡ ପୋଲିସ ମହାନିର୍ଦ୍ଦେଶ ଓ ନକ୍ସଲ ଦମନ ଅଭିଯାନର ସ୍ବତନ୍ତ୍ର ପୋଲିସ ଅଧିକାରୀମାନେ ଘଟଣା ଉପରେ ନଜର ରଖିବା ସହ ପୋଲିସ ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରଖିଥିବା ନକ୍ସଲ ଅପରେସନ ଡିଆଇଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment