ମାଲକାନଗିରି,୦୭/୧୦(ପିପିଟି);ମାଲକାନଗିରି ଥାନା ଅନ୍ତର୍ଗତ ବୈଲାପାରୀ ଗ୍ରାମରେ ଗତ ବିଳମ୍ବତ ରାତିରେ ୭ ଜଣ ଚୋର ଚୋରୀ କରିବାକୁ ଆସିଥିବା ବେଳେ ୩ ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରି ଥାନରେ ଦାଖଲ କରିଥିବା ଜଣା ପଡିଛି । ତେବେ ଆଉ ୪ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ । ଘଟଣାରୁ ପ୍ରକାଶ ଯେ ,ଗତ କାଲି ବିଳମ୍ବତ ରାତିରେ ୭ ଜଣ ଚୋର ସୀମାନ୍ତ ଛତିଶଡ ରାଜ୍ଯରୁ ମାଲକାନଗିରି ଥାନା ଅନ୍ତର୍ଗତ ବୈଲାପାରୀ ଗ୍ରାମରେ ନକଲି ବନ୍ଧୁକ ଧରି ଚୋରୀ କରିବା ଉଦ୍ଦେଶ୍ଯରେ ପ୍ରବେଶ କରିଥିଲେ । କୁକୁରମାନେ ଅଚିହ୍ନା ଲୋକଙ୍କୁ ଦେଖି ଚିତ୍କାର କରି ଭୁକିଥିଲେ ।ଫଳରେ ଗାଁ ଲୋକମାନେ କିକୁରମାନଙ୍କ ଭୁକିବା ଶୁଣି ଗାଁ ଦାଣ୍ଡରେ ରୁଣ୍ଡ ହୋଇଥିଲେ । ସେମାନେ ଜାଣିବାକୁ ପାଇଲେ ଯେ ୭ ଜଣ ଅଜ୍ଞାତ ଲୋକ ଗାଁରେ ପଶିଛନ୍ତି । ଗାଁ ଲୋକମାନେ ସେମାନେ ରାତି ଅଧରେ କାହିଁକି ଏବଂ କେଉଁ ଉଦ୍ଦେଶ୍ଯରେ ଆସିଥିବା ପଚାରି ବୁଝିଥିଲେ । ଲୋକମାନେ ତାଙ୍କୁ ଘେରା ବନ୍ଦୀ କରୁଥିବା ଜାଣି ଚୋରମାନେ ଭୟ ଭିତ କରିବା ଉଦ୍ଦେଶ୍ଯରେ ନକଲି ବନ୍ଧୁକ ଗାଁ ଲୋକଙ୍କୁ ଦେଖାଇଥିଲେ । କିନ୍ତୁ ଲୋକମାନେ ବନ୍ଧୁକକୁ ଭ୍ରୁକ୍ଷେପ ନକରି ଚୋରମାନଙ୍କୁ କାବୁ କରି ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ । ମାତ୍ର ଆଉ ୪ ଜଣ ଚୋର ଘଟଣା ସ୍ଥଳରୁ ପଳାୟନ କରିବାକେ ସକ୍ଷମ ହୋଇଥିଲେ । ତିନି ଜଣ ଚୋରଙ୍କୁ ଆଜି ମାଲକାନଗିରି ଥାନାରେ ହାଜର କରାଯାଇଥିଲା । ପୋଲିସ ଚୋରମାନଙ୍କୁ ପଚରା ଉଚରା ଜାରି ରଖିଛି । ସେହି ୩ ଜଣ ହେଲେ ପଡୋଶୀ ରାଜ୍ଯ ଛତିଶଗଡର ଶିବନାଥ ଯାଦବ, ବଂଶୀଲାଲ ପଟି ଓ ସନ୍ତୋଷ ଗୁପ୍ତା ବୋଲି ପୋଲିସ କହିଛି । ବର୍ତ୍ତମାନ ୩ ଜଣ ଚୋର ମାଲକାନଗିରି ଥାନାରେ ଅଟକ ରହିଥିବା ଜଣା ପଡିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)