ବ୍ରହ୍ମପୁର,୧୦/୦୯(ପିପିଟି): ବଡ଼ ବଜାର ଥାନା ଅନ୍ତର୍ଗତ ଓମ୍ ନଗର ତୃତୀୟ ଲାଇନ ଠାରେ ନକଲି ମଦ ପ୍ରସ୍ତୁତି ହେଉଥିବା ଘରେ ପୁଲିସ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ ଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ପୁଲିସ । ସେମାନେ ହେଲେ ଉତ୍ତର ପ୍ରଦେଶର ଇଟାୱାର ମହମ୍ମଦ ତହୀଦ୍ ,ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କୁନା ସ୍ୱାଇଁ । ଏମାନଙ୍କ ନିକଟରୁ ପୁଲିସ ଭର୍ତ୍ତି ଥିବା ୧୧ପେଟି ମଦ ,୫ଲିଟର ସ୍ପିରିଡ଼,ଲେବୁଲ୍ ,ଠିପି ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ଗୋଟିଏ ଗ୍ଲାମର ବାଇକକୁ ଜବତ କରିଥିବା ଜଣାପଡ଼ିଛି । ବଡ଼ ବଜାର ଥାନା ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )