ନକଲି ଡାକ୍ତରଙ୍କ ଜାଲରେ ଗାଁ ଲୋକ ,ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଖେଳ ।

ବୋଲଗଡ଼,୨୩/୦୯(ପିପିଟି); ଥଣ୍ଡା,ଜ୍ବର,କାଶ ,ତଂଟି ଦରଜ , ଲକ୍ଷଣ ଦେଖାଦେଲେ ତୁରନ୍ତ ୧୦୪ କୁ କଲ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏ ସବୁ ମହାମାରୀ କରନାର ଗୋଟିଏ ଗୋଟିଏ ଲକ୍ଷଣ । କିନ୍ତୁ ଏଥିପ୍ରତି ଗ୍ରାମାଞ୍ଚଳର ଔଷଧ ଦୋକାନୀଙ୍କର ଖମଖିଆଲି ନୀତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବିଭିର୍ଣ୍ଣ ଔଷଧ ଦୋକାନି ବିନା ପ୍ରେସକ୍ରିପ୍ସନ ରେ ଔଷଧ ଦେଉଥିବାର ଓ ବିନା ମାସ୍କ ରେ ରୋଗୀଙ୍କୁ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି । ଏହି ଗାଁ ମାନଙ୍କରେ ବଙ୍ଗାଳି ମାନେ ନିଜକୁ ଡାକ୍ତର କହି ଲୋକମାନଙ୍କୁ ଠକି ଚାଲିଛନ୍ତି । ତାଙ୍କର ନା ଅଛି ଔଷଧ ବିକ୍ରିକରିବାର ଡ୍ରଗ ଲାଇସେନ୍ସ l ନା ଅଛି ଫlର୍ମାସିଷ୍ଟି ଲାଇସେନ୍ସ । ଦୋକାନୀ ମନେ ମନେ କିଭଳି ନିଜେ ଡାକ୍ତର ସାଜି ଔଷଧ ଦେଉଛନ୍ତି । ଏହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଆରିକିମା ଛକର ବଙ୍ଗାଳି ଡାକ୍ତର ଔଷଧ ଦୋକାନୀ ରୋଗିଙ୍କ ସହ ଏମିତି ସାଙ୍ଘାତିଙ୍କ ଖେଳ ଚାଲିଛି । ଖୁଲୁମ ଖୋଲା ବିକ୍ରି ହେଉଛି ମେଡ଼ିସିନ । ସେହିପରି ବୋଲଗଡ଼ ଅଂଚଳର ଭିମପଡ଼l ରେ ମଧ୍ୟ ନକଲି ବଙ୍ଗାଳୀ ଡାକ୍ତର ବର୍ଷ ବର୍ଷ ଧରି ଶହ ଶହ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି । ବେଆଇନି ଭାବେ ଏ ଅଞ୍ଚଳରେ ଚାଲିଥିଲେ ମଧ୍ୟ୍ୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚୁପ୍ । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ନିଆ ଯାଉଛି ଦେଖିବାକୁ ବାକିଅଛି । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Comments (0)
Add Comment