ଧୁମ୍ ଧାମରେ ପାଳିତହେଉଛି ଦୁର୍ଗା ପୂଜା।

ବୋଲଗଡ଼,୦୨/୧୦(ପିପିଟି): ଯାଦେବୀ ସର୍ବଭୂତେଷୁ ମାତୃ ରୁପେଣ ସଂସ୍ଥିତା,ନମସ୍ତସୈ ନମସ୍ତସୈ ନମସ୍ତେସୈ ନମୋ ନମଃ। ଚଳିତ ଆଶ୍ୱିନ ମାସ ଶୁକ୍ଳପକ୍ଷ ଯାହାକି ମାଦୁର୍ଗାଙ୍କର ପବିତ୍ର ପୂଜା । ଏହି ଉପଲକ୍ଷେ ବୋଲଗଡ଼ ବ୍ଳକ ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଯଥା ସାଗରଗୁଆଁର ଦୁର୍ଗା ବଜାର, ବାଙ୍କୋଇ, ହାଟବସ୍ତ,ସାନପଦର, ସମପୁର,କଳାଙ୍ଗ, ବୋଲଗଡ଼, ମାଣିକାଗୋଡା ସହିତ ଅନେକ ପୂଜାମଣ୍ଡପ ଗୁଡିକରେ ଆଡମ୍ବର ସହକାରେ ପାଳିତ ହେଉଛି। ମାଦୁର୍ଗା ପୂଜା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମାଦୁର୍ଗାଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ। ଏହିପୂଜା କରିବାପାଇଁ ମାଦୁର୍ଗା ଧନଧାନ୍ୟ, ସମୃଦ୍ଧି, ଶକ୍ତି, ବିଦ୍ୟା ଓ ବୁଦ୍ଧି ପ୍ରଦାନ କରିଥାନ୍ତି ବୋଲି ଲୋକମାନଙ୍କ ମନରେ ଆଶା ଓ ବିଶ୍ୱାସ ରହିଛି। ପ୍ରତେକ ସ୍ଥାନରେ ସ୍ଥାୟୀ ମଣ୍ଡପରେ ସୁନ୍ଦର ସୁସଜ୍ଜିତ ମେଢ ତିଆରିକରି ମାଦୁର୍ଗାଙ୍କର ପୂଜା ଅର୍ଚ୍ଚନା କରିବାର ଦେଖିବାକୁ ମିଳିଛି । ତତ୍ ସହିତ ବିଭିନ୍ନ ପୂଜା ମଣ୍ଡପ ସ୍ତଳିରେ ସପ୍ତମୀ ଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ପ୍ରତେକ ପୂଜାକମିଟି ତରଫରୁ ସୂଚନା ମିଳିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment