ଧୁମଧାମ ରେ ସରିଲା କାଏମା ମେଳଣ।

ଯାଜପୁର,୧୭/୦୩(ପିପିଟି): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧୀନ କାଏମା ଅଞ୍ଚଳର ବହୁ ପୁରାତନ ଗୋପୀନାଥ ଜୀଉଙ୍କ ୧୩୩ ତମ ମେଳଣ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି। ରବିବାର ସନ୍ଧ୍ୟାରେ ମୂଖ୍ୟ ଅତିଥ୍ ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ। ପରେ କଟକରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ଦେଖୁବାକୁ ବହୁ ଲୋଙ୍କ ଭିଡ଼ ଜମିଥିଲା । ରାତ୍ର ପ୍ରାୟ ୨ଟାରେ ପ୍ରଥମେ ଥାନପତି ଗୋପୀନାଥ ଜୀଉ ବିମାନ ବିରାଜମାନ କରିଥିଲେ। ସକାଳେ ଚହଟା, ବାଜବାଟି,ପ୍ରଥମାଖଣ୍ଡି, ଚକଗୋପାଳପୁର,ଉତ୍ତର ଶାସନ, ଦକ୍ଷିଣ ଶାସନ,ନିଲଦେଇପୁର, ଚୋରମୁହାଁ ନରସିଂହପୁର, ବାଲିଗରୀ, ସ୍ବାଇଁସାହି, ଉତ୍ତରପ୍ରତାପ ଓ କୋଲା ଆଦି ସ୍ଥାନର ଛୋଟ ବଡ଼ ୩୦ରୁ ଊର୍ଦ୍ଧ୍ବ ବିମାନ ବିଜେ କରିଥିଲେ। ପ୍ରତି ବିମାନ ପାଖେ ଦେଖ‌ିବାକୁ ମିଳିଥିଲା ନୃତ୍ୟ, ଭଜନ କୀର୍ତ୍ତନ ଏବଂ ପାରମ୍ପରିକ ଘୋଡ଼ା ନାଚ । ଗରମ ଶ୍ୱେତେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ କାଏମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା। ମେଳଣ କମିଟି ପକ୍ଷରୁ ନାନା ବ୍ୟବସ୍ଥା କରାଯାଇଥିଲା । ମେଳଣ କମିଟି ସଭାପତି ମଧୁସୂଦନ ସାହୁ, ଉପସଭାପତି ମାୟାଧର ସେନାପତି ଓ ତପନ କିଶୋର ଷଡ଼ଙ୍ଗୀ, ଉପଦେଷ୍ଟା ପଦ୍ମନାଭ ସାହୁ, ସମ୍ପାଦକ କୁଳମଣି ସ୍ବାଇଁ,ସହସମ୍ପାଦକ ଧ୍ରୁବଚରଣ ପୃଷ୍ଟି, କୋଷାଧ୍ୟକ୍ଷ ପ୍ରଦୀପ୍ତ କିଶୋର ମହଲା, ସଭ୍ୟ ମନୋଜ ମହାରଣା, ସନ୍ତୋଷ ସେଠୀ,ନରେନ୍ଦ୍ର ସାହୁ,ରବୀନ୍ଦ୍ର ଦାସ,ପ୍ରଦୀପ ବେହେରା ଏବଂ ସମେତ କାର୍ଯ୍ୟକାରୀ ସଦସ୍ୟ ଓ ସାହି ସଦସ୍ୟମାନେ ଉପସ୍ଥିତ ରହି ସହ‌ଯୋଗ କରିଥିଲେ।

Comments (0)
Add Comment