ବାସୁଦେବପୁର,୨୩/୦୯: ଆଜି ବାସୁଦେବପୁର ବ୍ଲକ ପରିସରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ କମ୍ୟୁନିଟ ସପୋର୍ଟ ଷ୍ଟାଫମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଆଜକୁ ଛଅମାସ ଧରି ବିନା ପ୍ରାପ୍ୟରେ କାମ କରି ଆସୁଥିବା ସହିତ ୨୦୨୫ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ଥିର ନିର୍ଦ୍ଧାରିତ ଦରମା ପୋତ୍ସାହନ ଆକାରରେ ମିଳିଆସୁଥିବା ବେଳେ ବିଶେଷକାର୍ଯ୍ୟ ପାଇଁ ବିଷେଷ ମୂଲ୍ୟ ମିଳିପାରିନାହିଁ । ସେହିପରି ସମସ୍ତ କାର୍ଯ୍ୟକୁ ମୂଲ୍ୟାୟନ କରାଯାଇ କାମ ଅନୁସାରେ ମୁଲ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଏହା ଅମୁଳକ ଓ ସେମାନଙ୍କ ପ୍ରତି ଅପମାନଜନକ ବୋଲି ପ୍ରତିତ ହେଉଥିବା ଦାବୀପତ୍ରରେ ଦର୍ଶାଯାଇଛି । ଏନେଇ ସରକାରଙ୍କ ଠାରେ ଦାବୀପତ୍ର ପ୍ରଦାନ କରାଯାଇଥିଲେହେଁ କୈାଣସି ସୁଫଳ ମିଳିପାରିନାହିଁ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି ।