ଧାମରା,୧୩/୦୨(ପିପିଟି):ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥିରେ ସମର୍ପଣ ଦିବସ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ଧାମରା ଜେ ଜେ ରିସର୍ଟ ଏକ ସଭା ର ଆୟୋଜନ କରାଯାଇଥିଲା । ଧାମରାଇ ମଣ୍ଡଳର ସଭାପତି ତ୍ରିଦିବେଶ ପ୍ରଧାନଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦେବେନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଅତୁଲ୍ୟ ଜାନା ଏବଂ ବାବୁଲି ବେହେରା ପ୍ରମୁଖ ଯୋଗଦେଇଥିଲେ. ମଂଚାସୀନ ଅତିଥି ଏବଂ ଉପସ୍ଥିତ ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର ପଣ୍ଡିତ ଦିନଦୟାଲଙ୍କ ପୁଣ୍ୟ ତିଥିରେ କିପରି ବହୁ ଜନହିତକର କାର୍ଯ୍ୟକ୍ରମ କରିବା ସହ ତାଙ୍କ ତାଙ୍କ ନାମ ରେ ଗରିବ କଲ୍ୟାଣ ଯୋଜନା, ଦିନ ଦୟାଲ ବିଦ୍ୟୁତ ଯୋଜନା ଭଳି ବହୁ ଯୋଜନା କରିବା ସହ କିପରି ସବୁ ଗରିବ ଏବଂ ଖଟିଖିଆ ଶ୍ରେଣୀର ଲୋକେ ଏହି ଯୋଜନାରୁ ଲାଭ ପାଇପାରିବେ ସେ ବିଷୟରେ ଆଲୋକପାତ କରିବା ସହ ପଣ୍ଡିତ ଦିନଦୟାଲଙ୍କ ସ୍ମୃତି ଚାରଣ ଏବଂ ତାଙ୍କ ସେବାର ସମର୍ପିତ ଭାବ ଉପରେ ଆଲୋକପାତ କରିଥିଲେ. ଏହି ଦିବସ ରେ ବହୁ ସଂଖ୍ୟା ରେ ବିଜେପି କର୍ମୀ ଉପସ୍ଥିତ ଥିଲେ ।