ଧାମରାରେ ଅଗ୍ନିଶମ ବାହିନୀର ବିଫଳତା ପାଇଁ ୫ବଖରା ଘର ପୋଡି ପାଉଁଶ।

ଧାମରା,୨୬/୧୧:ଧାମରା ଠାରେ ନିଆଁ ଲାଗି ୫ବଖରା ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି । ଧାମରା ପଞ୍ଚାୟତ ଅଜୟ ସାହୁଙ୍କ ଘରେ କୌଣସି ପରିସ୍ଥିତି ରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ଧାମରା ଠାରେ ଥିବା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ଥିଲେ ମଧ୍ୟ ଅଗ୍ନିଶମ ବାହିନୀ ପାଣି ଟାଙ୍କି ରେ ପାଣି ନଥିବାରୁ ନିଆଁ ୫ବଖରା ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଥିଲା, ପରେ ଧାମରା ବନ୍ଦର ରୁ ଆଉ ଏକ ଅଗ୍ନିଶମ ବାହିନୀର ଗାଡି ଆସି ପହଞ୍ଚି ଥିଲେ ମଧ୍ୟ ସେତେବେଳକୁ ଅଜୟ ସାହୁଙ୍କ ୫ବଖରା ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଥିଲା । ତୁରନ୍ତ ସରକାରୀ ସହାୟତା ଦେବାକୁ ଅଞ୍ଚଳ ବାସୀ ଦାବୀ ଜଣାଇଛନ୍ତି।

Comments (0)
Add Comment