ଧାନ କ୍ଷେତରେ ପଶି ଧାନ ଗଛ ନଷ୍ଟ କଲେ ବଣୁଆ ହାତୀ ପଲ ।

ନାକଟିଦେଉଳ,୨୬/୦୯:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଞ୍ଚଳ ରେ ଦିନ କୁ ଦିନ ହାତୀ ଉପଦ୍ରଵ ବଢିବାରେ ଲାଗିଛି । ହାତୀ ମାନଙ୍କ ଏହି ଉପଦ୍ରବରେ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି ଘଟୁଛି । ବୁଧୁବାର ବିଳମ୍ବିତ ରାତିରେ ଏକ ବଣୁଆ ହାତୀ ପଲ ନାକଟିଦେଉଳ ବ୍ଲକ ସରାପାଲି ଗ୍ରା. ପ. ଅନ୍ତର୍ଗତ ପଣ୍ଡୁଆଖୋଳ ଗ୍ରାମକୁ ଆସି ଧାନ କ୍ଷେତରେ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି । ହାତୀ ମାନଙ୍କର ଏହି ଉପଦ୍ରବରେ ଗ୍ରାମର ପଦ୍ମଲୋଚନ ସାହୁ, ବିଜୟାନନ୍ଦ ପ୍ରଧାନ,ଚକ୍ରଧର ପ୍ରଧାନ ଏବଂ ରମାକାନ୍ତ ପ୍ରଧାନଙ୍କ ର ପ୍ରାୟ ୪ ଏକର ରୁ ଅଧିକ ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ହାତୀ ପଲ ରେ ପ୍ରାୟ ୧୦ ରୁ ଅଧିକା ହାତୀ ଥିବା ପ୍ରତ୍ୟକ୍ଷ ଦର୍ଶୀ ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ଏହି ହାତୀ ପଲ ନିକଟସ୍ଥ ଖଳାଶୁଣି ବନ୍ୟ ପ୍ରାଣୀ ଅଭୟାରଣ୍ୟ ମଧ୍ୟରୁ ଚାଲି ଆସି ଏହି ଉପଦ୍ରଵ କରିଥିବା ଗ୍ରାମବାସୀ ମାନେ କହିଛନ୍ତି । ତେଣୁ ହାତୀ ଘଉଡ଼ାଇବା ଦିଗରେ ସମ୍ପୃକ୍ତ ବିଭାଗ ଠୋସ ପଦକ୍ଷେପ ନେବା ସହ ହାତୀ ଉପଦ୍ରବରେ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ ଶୀଘ୍ର କ୍ଷତି ପୂରଣ ସହାୟତା ରାଶି ଯୋଗାଇ ଦେବାକୁ ଦାବୀ ହୋଇଛି ।

Comments (0)
Add Comment