ଧାନର ଗୁଣବତ୍ତା ଉପରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ।

ଭଞ୍ଜନଗର,୦୪/୦୧(ପିପିଟି):ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ RMC ସଭା ଗୃହରେ ଧାନ ର ଗୁଣବତ୍ତା ନିର୍ଣ୍ଣୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠ ଗୋଟି ବ୍ଲକରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦକ ଓ DEO ମାନେ ଯୋଗ ଦେଇ ଧାନ ର ଗୁଣବତ୍ତା କେମିତି ନିର୍ଣ୍ଣୟ କରିହେବ ,ସେ ବାବଦରେ ପ୍ରଶିକ୍ଷଣ ନେଇଥିଲେ । ଭଞ୍ଜନଗର ବ୍ଲକର ଯୋଗାଣ ନିରୀକ୍ଷକ ଚମ୍ପଇ ମାର୍ଣ୍ଡି ଓ କ୍ୱାଲିଟି analyst ପୂଜା ସାହୁ ମାଷ୍ଟର ଟ୍ରେନର ହିସାବରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯେହେତୁ ଉପଖଣ୍ଡର ସମସ୍ତ ଜାଗାରେ ଧାନ କିଣା ଆରମ୍ଭ ହୋଇଗଲାଣି,ତେଣୁ ସମସ୍ତ ସମ୍ପାଦକ ମାନଙ୍କୁ ଅନୁରୋଧ କରାଯଇଥିଲା ,ସେମାନେ ଯଥା ଶୀଘ୍ର ନିଜ ନିଜର ସୋସାଇଟି ରେ ଉକ୍ତ ଟ୍ରେନିଂ କାର୍ଯ୍ୟକ୍ରମ କରିବା ପାଇଁ । ସୋସାଇଟି ଲେବେଲ ପ୍ରକୂରମେଣ୍ଟ କମିଟିର ସମସ୍ତ ସଦସ୍ୟ ତଥା ଚାଷୀ ମାନଙ୍କୁ ସେଠାରେ ଟ୍ରେନିଂ ଦେବା ପାଇଁ ଉପ ଜିଲ୍ଲା ପାଳ ନିର୍ଦେଶ ଦେଇଥିଲେ । ଏ ବର୍ଷ ଯେମିତି ଧାନ କିଣା ସୁରୁଖୁର ରେ ଚାଲି ପାରିବ ସେଥିପାଇଁ ସେ ଖାଦ୍ୟ ଯୋଗାଣ ବିଭାଗ, ସମବାୟ ବିଭାଗ ତଥା RMC ର କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି ,RMC ସମ୍ପାଦକ କସ୍ତୁରୀ ସନ୍ୟାସୀ ରାଜୁ ,ସମସ୍ତ ଆଠ ଗୋଟି ବ୍ଲକ ର ଯୋଗାଣ ନିରୀକ୍ଷକ ,ସମବାୟ ବିଭାଗର ଅଧିକାରୀ ମାନେ ଯୋଗ ଦାନ କରିଥିଲେ । ସଭା କାର୍ଯ୍ୟକୁ ଉପଖଣ୍ଡ ଲୋକ ସୂଚନା ଅଧିକାରୀ ଗୌରୀ ଶଙ୍କର ଶତପଥି ପରିଚାଳନା କରିଥିଲେ ।

Comments (0)
Add Comment