ଧାନଫସଲରେ ଘାଇ ପାଣି ଭର୍ତ୍ତିକୁ ନେଇ ଚାଷୀ ଅସନ୍ତୋଷ ।

ବେଲଗୁଣ୍ଠା ୧୮/୧୧- ସରୁନି ଚାଷୀଙ୍କ ଦୁଖ । ଧାନକୁ ଅମଳ କରି କ୍ଷେତରୁ ଘରକୁ ଆଣିବା ପର୍ଯ୍ୟନ୍ତ ସମସ୍ୟା ହିଁ ସମସ୍ୟା । କେତେବେଳେ ପ୍ରାକୃତିକ ସମସ୍ୟା ତ କେତେବେଳେ ମନୁଷ୍ୟକୃତ । ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଳକ ପାଟରାପଲ୍ଲି ଗାଁରେ ପାଣି ବଢାଇଛି ଚାଷୀଙ୍କ ଦୁଖ । ଧାନଫସଲରେ ଧାନ ପାଚି ରହିଛି । ଦିନେ ଦୁଇ ଦିନ ପରେ ଚାଷୀ ଧାନ କାଟିବ କିଛି କ୍ଷେତରେ ଧାନ କଟା ସରି ନିହଣ ପଡିଛି । ଏଭଳି ପରିସ୍ଥିତି ରେ ହଠାତ ହଜପଲ୍ଲୀ ଦୁଧିଆଝରଣା ଘାଇର ଜଳ କେନାଲରେ ଆସି ରାତି ମଧ୍ୟରେ ଶତାଧିକ ଏକର ଜମିରେ ପାଣି ମାଡି ରହିଛି । ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଛି ଯାହା ଫଳରେ ଚାଷୀଙ୍କୁ ଖୁବ କ୍ଷତି ସହିବାକୁ ପଡିଛି । ତେବେ କିଏ ଛାଡିଲା ଘାଇର ପାଣି । ଏହାକୁ ନେଇ ଚାଷୀ ତାତିଛନ୍ତି । ପାଟରାପଲ୍ଲି ଗାଁର ଅନେକ ଚାଷୀ ଆଜି ସେହି ଘାଇଠାରେ ପହଞ୍ଚି ଏକ ସାଧାରଣ ବୈଠକ କରି । ଏହାର ସମାଧାନ ଓ ଦୋଷୀକୁ ପୁଲିସରେ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଘାଇର ପାଣିକୁ କିଏ ଇର୍ଷା ହୋଇ ଏଭଳି କରିଥିବା ଚାଷୀ ମାନେ ଜଣାଇଛନ୍ତି । ପରେ ଚାଷୀମାନେ ଘାଇର ପାଣିକୁ ବନ୍ଦ କରିବା ସହ ଜମିରେ ଜମା ହୋଇଥିବା ପାଣିକୁ ମୁଖ୍ୟ ରାସ୍ତାକୁ କାଟି କଦଳୀଆ ନାଳକୁ ଛଡାଯାଇଛି । ଧାନ ତଳି ବୁଣିବା ଠାରୁ ଅମଳ କରି ଘରକୁ ଆଣିବା ପର୍ଯ୍ୟନ୍ତ ପ୍ରତି ମୁହୁର୍ତ୍ତରେ ଜୀବନକୁ ବାଜି ଲଗାଇ ଥାଆନ୍ତି । କେତେବେଳେ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ବଞ୍ଚାଇବା ପାଇଁ ମଞ୍ଚାରେ ରାତି କାଟିଥାଏ ତ କେତେବେଳେ ହାତୀପଛରେ ଘଉଡାଇବା ପାଇଁ ଘଣ୍ଟ ନିଆଁ ହୁଳା ଧରି ଦଉଡିଥାଏ । ଏଭଳି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ରାତିରାତି ଅନିଦ୍ରା ହୋଇ ଆମପାଇଁ ଦାନା ଯୋଗାଇଥାଏ । ଚାଷୀର ଏତେ ଦୁଖ ଥିଲେ ମଧ୍ୟ ପ୍ରଶାସନର ନଜର ଚାଷୀଙ୍କ ପ୍ରତି ପଡୁନଥିବା ଏକ ପରିତାପର ବିଷୟ ବୋଲି ମତ ପ୍ରକାଶ ପାଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment