ଧର୍ଷଣ ଅପରାଧୀଙ୍କୁ ୫୦ହଜାର ଜୋରିମାନା ସହିତ ୧୫ ବର୍ଷର ସଶ୍ରମ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ ।

କୋଦଳା,୧୭/୦୯(ପିପିଟି):ଏଡିଜେ କୋର୍ଟ ସୂଚନା ପ୍ରକାରେ ଦୀର୍ଘ ସାତବର୍ଷ ପୂର୍ବେ ନିଜର ପରିବାର ସମ୍ପର୍କୀୟଙ୍କୁ ଧର୍ଷଣ ଅଭିଯୋଗରେ ବର୍ତ୍ତମାନ କାରାଶ୍ରାମ ଭୋଗୁଥିବା ପୋଲସରା ଏନ୍ଏସି ରାଣୀପଡ଼ା ଗ୍ରାମର ରମେଶ ବେହେରାଙ୍କୁ କେଶ ନଂ ୧୩୧/୨୦ ପ୍ରକାରେ କୋଦଳା ଅତିରିକ୍ତ ଜିଲ୍ଲା ଜଜକୋର୍ଟ ନିଜର ଶୁଣାଣି କରି ଅପରାଧୀ ରମେଶ ବେହେରାଙ୍କୁ ୫୦୦୦୦ ଜୋରିମାନା ସହିତ ୧୫ ବର୍ଷ ର ସଶ୍ରମ କାରାଦଣ୍ଡ ଶୁଣାଇଥିବା ବେଳେ ୫୦୦୦୦ମଧ୍ୟରୁ ୪୦୦୦୦ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ତତ ସହିତ ଯଦି ଜୋରିମାନା ଦେବାରେ ଅଭିଯୁକ୍ତ ଅବହେଳା କରନ୍ତି ତାହାହେଲେ ପୁଣି ଏକ ବର୍ଷ ଅଧିକା ଦଣ୍ଡଦିଆଯିବ ବୋଲି ନିର୍ଦ୍ଦେଶ ରହିଛି । ଆଜିର ଏହି ଗୁରୁତ୍ୱ ପୂର୍ଣ୍ଣ ମକଦ୍ଦମାକୁ ଏଡିସନାଲ ପବ୍ଲିକ ପ୍ରଶି୍କୁଟର ସୁବାଷ ଚନ୍ଦ୍ର ପରିଚାଳନା କରୁଥିଲେ । ଧର୍ଷଣ କାରୀଙ୍କୁ ଏହି ଶାସ୍ତି ନିର୍ଦ୍ଦେଶ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଦଣ୍ଡ ଶୁଣାଣି କରିଥିବା ଜଜ ସାହେବଙ୍କୁ ବାହାବା ମିଳିଥିବା ଦେଖିବାକୁ ମିଳିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment